‘ମହାଭାରତ’ରେ ଦ୍ରୌପଦୀ ହେବେ ନାହିଁ ଦୀପିକା ପାଦୁକୋନ୍‌ , ଜାଣନ୍ତୁ କାରଣ

ମୁମ୍ବାଇ: ବେଶ୍‌ କିଛି ଦିନ ଧରି ଚର୍ଚ୍ଚା ହେଉଛି ଯେ,ବଲିଉଡର ମିଷ୍ଟର ପରଫେକସନିଷ୍ଟ୍‍ ଅମୀର ଖାନ୍‌ ‘ମହାଭାରତ’ ଉପରେ ଏକ ଫିଲ୍ମ ନିର୍ମାଣ କରିବେ। ଏହି ସିନେମାରେ ଦ୍ରୌପଦୀ ଭୂମିକା ନିଭାଇବାକୁ ଦୀପିକା ପାଦୁକୋନ୍‌ଙ୍କୁ ଅଫର୍‌ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ଏହି ଭୂମିକା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଦୀପିକା ପାଦୁକୋନ୍‌ ଏଥିପାଇଁ ସଫା ସଫା ମନା କରିଦେଇଛନ୍ତି। ତେବେ ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ କେଉଁ ଅଭିନେତ୍ରୀ ଅଭିନୟ କରିବେ,ତାହା ଏଯାବତ୍‌ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ‘ମହାଭାରତ’ର ଦ୍ରୌପଦୀ ହେବା ପାଇଁ କାହିଁକି ଦୀପିକା ମନା କଲେ,ତା’ର କାରଣ ଏଯାଏଁ ଜଣାପଡ଼ି ନାହିଁ।

କିନ୍ତୁ ରଣବୀର ସିଂହଙ୍କୁ ବିବାହ କରିବା ପରେ ଦୀପିକା ପାଦୁକୋନ୍‌ ପ୍ରଥମେ କେଉଁ ସିନେମାରେ କାମ କରିବେ,ତା’ର ଖୁଲାସା ଅବଶ୍ୟ ହୋଇ ଯାଇଛି।ପ୍ରାପ୍ତ ସୂଚନା ଅନୁଯାୟୀ ଦୀପିକା ପାଦୁକୋନ୍‌ ଖୁବ୍‌ ଶୀଘ୍ର ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ଅଭିନୟ କରିବେ।ଏହି ଫିଲ୍ମର କାହାଣୀ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଜୀବନୀ ଉପରେ ଆଧାରିତ,ଏହି ଫିଲ୍ମରେ ଦୀପିକା କାମ କରିବେ ବୋଲି ବି ଢ଼େର ଦିନରୁ ଚର୍ଚ୍ଚା ହେଉଥିଲା।ଏହସିନେମା ପୁଣି ଏକ ବାୟୋପିକ୍‌ ହେବ ବୋଲି ଜଣାଯାଇଛି। ଏହାର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଉଛି।


ନିକଟରେ ବଲିଉଡ଼ରେ ଲୋକପ୍ରିୟ ନାୟକ ରଣବୀର ସିଂହଙ୍କୁ ନାୟିକା ଦୀପିକା ପାଦୁକୋନ୍‌ଙ୍କ କରିଛନ୍ତି ।ଏବେ ରଣବୀର ସିଂହ ହେଉଛନ୍ତି ଦୀପିକା ପାଦୁକୋନ୍‌ଙ୍କର ସ୍ୱାମୀ।ଏ ଦୁହେଁ ୨୦୧୩ ମସିହାରୁ ଏଯାଏଁ ଲଭବାର୍ଡସ ଭାବେ ବଲିଉଡରେ ପରିଚିତ ହୋଇ ଆସୁଥିଲେ।
‘ଓମ୍‌ ଶାନ୍ତି ଓମ୍‌’ ଫଲ୍ମ ଜରିଆରେ ବଲିୁଡରେ ଡେବ୍ୟୁ କରିଥିଲେ ହଟ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌। ସେ ବିଗତ ଏଗାର ବର୍ଷ ଭିତରେ ବେଶ୍‌ କେତୋଟି ହିଟ୍‌ ସିନେମା ଦେଇ ଚର୍ଚ୍ଚାରେ ରହିଛନ୍ତି। କେତେକ ସିନେମାରେ ବି ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚାର ପରିଧିକୁ ଆସିଛନ୍ତି।

ସମ୍ବନ୍ଧିତ ଖବର