ସଞ୍ଜୟ ଲୀଲା ଭଂସାଲୀଙ୍କୁ ବିବାହ କରିବାକୁ ଚାହାନ୍ତି ଦୀପିକା! ଜାଣନ୍ତୁ କେଉଁଠି ଏପରି କହିଥିଲେ ଦୀପିକା

ମୁମ୍ବାଇ: କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ସଞ୍ଜୟ ଲୀଲା ଭଂସାଲୀଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି କହିଛନ୍ତି ଦୀପିକା ପାଦୁକୋନ । ଏହା ଶୁଣି ଦୀପିକା ଏବଂ ରଣବୀରଙ୍କ ପ୍ରଶଂସକମାନଙ୍କର ମନ ଦୁଃଖ ହେଉଥିବ ନିଶ୍ଚୟ ।

କିଛି ଭାବିବା ପୁର୍ବରୁ ଏହି ଖବର ବିଷୟରେ ବିସ୍ତାର ଭାବେ ଜାଣି ନିଅନ୍ତୁ । ଅସଲ କଥାଟି ହେଲା, ସଂଞ୍ଜୟ ଲୀଲା ଭଂସାଲୀଙ୍କୁ ସେ ବିବାହ କରିବାକୁ ଚାହାନ୍ତି ହୋଲି ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ଦୀପିକା । କଲର୍ସ ଚାନେଲରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ବିଗ୍‌ବସ୍‌କୁ ଚଳଚ୍ଚିତ୍ର ‘ପଦ୍ମାବତୀ’ର ପ୍ରମୋସନ ପାଇଁ ଯାଇଥିବା ବେଳେ ସୋ’ର ହୋଷ୍ଟ୍‍ ସଲମାନ ଖାନ୍‌ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ।

ତାଙ୍କର ପ୍ରଶ୍ନ ଥିଲା, ସଂଞ୍ଜୟ ଲୀଲା ଭଂସାଲୀ, ସାହିଦ୍‌ କପୁର ଏବଂ ରଣବୀର ସିଂଙ୍କ ଭିତରୁ କାହାକୁ ବିବାହ କରିବେ, କାହା ସହ ଡ଼େଟ୍‌ରେ ଯିବେ ଏବଂ କାହାକୁ ମାରିବାକୁ ଚାହିଁବେ । ଏହି ପ୍ରଶ୍ନ ଶୁଣିବା ପରେ ଦୀପିକା ଦ୍ୱିତୀୟ ଥର ନ ଭାବି ସଂଞ୍ଜୟ ଲୀଲା ଭଂସାଲୀଙ୍କୁ ବିବାହ କରିବେ, ରଣବୀରଙ୍କ ସହ ଡ଼େଟ୍‌ରେ ଯିବେ ଏବଂ ସାହିଦ୍‌ ଯେହେତୁ ବିବାହିତ ସେଥିପାଇଁ ସେ ତାଙ୍କୁ ମାରିବାକୁ ଚାହଁବେ ବୋଲି କହିଥଲେ ।

ଯଦିଓ ଦୀପିକା ଏବଂ ରଣବୀର କେବେ ହେଲେ ସର୍ବସମ୍ମୁଖରେ ଏହା କହିନାହାନ୍ତି କି ସେ ଦୁଇ ଜଣକ ମଧ୍ୟରେ କିଛି ପ୍ରେମ ସଂପର୍କ ରହିଛି । କିନ୍ତୁ ଦୁଇ ଜଣଙ୍କ ଫଟୋରୁ ତାହା ସ୍ପଷ୍ଟ ଜଣାପଡ଼ିଯାଏ କି ସେମାନଙ୍କ ଭିତରେ କିଛି ରହିଛି । ଦୁଇ ଜଣ ଏକା ସାଙ୍ଗରେ ଦୁଇଟି ଫିଲ୍ମ ‘ଗୋଲିଓକି ରାସ ଲୀଲା-ରାମ୍‌ ଲୀଲା’ ଏବଂ ‘ବାଜିରାଓ ମସ୍ତାନି’ରେ ଅଭିନୟ କରିସାରିଥିବା ବେଳେ ଆଗକୁ ରିଲିଜ ହେବାକୁ ଥିବା ପଦ୍ମାବତୀରେ ମଧ୍ୟ ଦୁଇ ଜଣ ଏକାଠି କାମ କରିଛନ୍ତି । ଏଥିରେ ସେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଦେଖା ଦେଉଥିବା ବେଳେ ରଣବୀର ଆଲ୍ଲାଉଦ୍ଦିନ ଖିଲ୍‌ଜୀଙ୍କ ଭୂମିକାରେ ଦେଖାଦେବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସଂଞ୍ଜୟ ଲୀଲା ଭଂସାଲୀ ।

ସମ୍ବନ୍ଧିତ ଖବର