ପ୍ରଥମ ଥର ପାଇଁ ଦୀପିକାଙ୍କ ବିପକ୍ଷରେ ରଣବୀରଙ୍କୁ ନେବେ ନାହିଁ ଭଂସାଲୀ, ପ୍ରଥମ ଥର ପାଇଁ ଦୀପିକାଙ୍କ ହିରୋ ହେବେ ଏହି କଳାକାର

ମୁମ୍ବାଇ : ପ୍ରତି ଥର ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ଦୀପିକା ପାଦୁକୋନ୍‌ଙ୍କୁ ନେଇ କରିଥିବା ସବୁ ଫିଲ୍ମ ବକ୍ସ ଅଫିସରରେ ହିଟ୍‌ ସାବ୍ୟସ୍ତ ହୋଇଛି । ‘ବାଜିରାଓ ମସ୍ତାନୀ’ ହେଉ କି ‘ରାମଲୀଲା’ ବା ‘ପଦ୍ମାବତ’, ରଣବୀରଙ୍କ ସହ ଦୀପିକାଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ଭଲ ପାଇବା ଦେଇଛନ୍ତି । ତେବେ ନିଜ ପୁରୁଣା ଯୋଡ଼ିରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ । ତାଙ୍କର ଆଗାମୀ ଫିଲ୍ମରେ ସେ ଦୀପିକାଙ୍କ ସହ ରଣବୀରଙ୍କୁ ନ ନେଇ ବଲିଉଡ୍‌ର ଅନ୍ୟ ଅଭିନେତାଙ୍କୁ ନେବେ ବୋଲି ମନସ୍ଥ କରିଥିବା ଜଣା ପଡ଼ିଛି ।

India Today

ଆଜ୍ଞା ହଁ ! ପ୍ରଥମ ଥର ପାଇଁ ଦୀପିକାଙ୍କ ବିପକ୍ଷରେ ଭଂସାଲୀ ଦବଙ୍ଗ ଖାନ୍‌ ସଲମାନଙ୍କୁ ଆଣିବାକୁ ଚାହୁଁଥିବା ଖବର ମିଳିଛି । ଦୁହେଁ ବଲିଉଡ୍‌ର ସୁପରଷ୍ଟାର ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଦର୍ଶକ ଦୁହିଁଙ୍କୁ ସାଥୀରେ ଦେଖିବାକୁ ପାଇ ନାହାନ୍ତି । ସୂଚନା ମୁତାବକ, ଭଂସାଲୀ ‘ଇନ୍‌ଶାଲ୍ଲାହ’ ନାମକ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଯେଉଁଥିରେ ସେ ଦୀପିକା ଏବଂ ସଲମାନଙ୍କୁ ଏକାଠି କରିବାକୁ ଭାବିଥିବା ସୂଚନା ମିଳିଛି । ସଲମାନ ପୂର୍ବରୁ ଭଂସାଲୀଙ୍କ ସହ ‘ଖାମୋସୀ’ ଏବଂ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ଭଳି ସିନେମା କରି ସାରିଛନ୍ତି । ପୂର୍ବରୁ ଭଂସାଲୀ ସଲମାନଙ୍କୁ ‘ବାଜିରାଓ ମସ୍ତାନୀ’ରେ କାଷ୍ଟ କରିବାକୁ ଚାହୁଁଥିଲେ । କିନ୍ତୁ ତାହା ସମ୍ଭବ ହୋଇ ପାରି ନଥିଲା । କିନ୍ତୁ ଏବେ ବୋଧ ହୁଏ ଭଂସାଲୀ ଫିଲ୍ମ ‘ଇନ୍‌ଶାଲ୍ଲାହ’ ମାଧ୍ୟମରେ ଏହାକୁ ସମ୍ଭବ କରିବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର