ଦୀପ୍‌-ବୀର ନିଜ ଅତିଥିମାନଙ୍କୁ ଦେଲେ ସ୍ୱତନ୍ତ୍ର ରିଟର୍ଣ୍ଣ ଗିଫ୍ଟ, ଫଟୋ ଭାଇରାଲ ହେଉଛି

ମୁମ୍ବାଇ : ବଲିଉଡ୍‌ ଷ୍ଟାର୍‌ ଦୀପ୍‌-ବୀରଙ୍କ ବିବାହ ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟରୁ  ଗୋଟିଏ  ଥିଲା । ବିବାହ ସରିଥିଲେ ମଧ୍ୟ ଏବେ ବି ଦୁହିଁଙ୍କ ବିବାହ ଖବରକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି । ଇଟାଲୀର ଲେକ୍‌ କୋମୋରେ ବିବାହ କରିବା ପରେ ଭାରତ ଫେରି ବେଙ୍ଗାଲୁରୁରେ ବିବାହର ଭୋଜି ରଖିଥିଲେ ଦୀପ୍‌-ବୀର । ଯେଉଁଠି ତାଙ୍କ ସଂପର୍କୀୟମାନେ ତାଙ୍କୁ ଉପହାର ଦେବା ସହ ଆର୍ଶୀବାଦ ମଧ୍ୟ ଦେଇଥିଲେ । ତେବେ ବିବାହ ଭୋଜିରେ ଦୀପ୍‌-ବୀର ନିଜ ଅତିଥିମାନଙ୍କୁ ରିଟର୍ଣ୍ଣ ଗିଫ୍ଟ ଦେଇଥିବା ଜଣାପଡ଼ିଛି ।

LatestLY

ସୂଚନା ମୁତାବକ, ବିବାହରେ ସାମିଲ ହୋଇଥିବା ସମସ୍ତ ଅତିଥିଙ୍କୁ ରିଟର୍ଣ୍ଣ ଗିଫ୍ଟ  ଆକାରରେ ସିଲ୍‌ଭର ପ୍ଲେଟେଡ଼୍‍ ଫଟୋଫ୍ରେମ୍‌ ଦିଆଯାଇଥିବା ଜଣାପଡ଼ିଛି । ଇନ୍‌ଷ୍ଟାଗ୍ରାମ୍‌ରେ ଦିଆଯାଇଥିବା ଫଟୋଫ୍ରେମ୍‌ରେ ଦୀପ୍‌-ବୀରଙ୍କ ଫଟୋ ଲଗାଯାଇ ସେୟାର କରାଯାଇଥିବା ଦେଖାଯାଇଛି । ବେଙ୍ଗାଲୁରୁରେ ନଭେମ୍ବର ୨୧ରେ ବିବାହ ଭୋଜି ଦେଇ ସାରିଥିବା ବେଳେ ନଭେମ୍ବର ୨୮ରେ ମୁମ୍ବାଇରେ ସେ ଇଣ୍ଡଷ୍ଟ୍ରିର ବନ୍ଧୁମାନଙ୍କୁ ବିବାହ ଭୋଜି ଦେବେ ।

ସମ୍ବନ୍ଧିତ ଖବର