ମହାରାଷ୍ଟ୍ରରେ ଜନତା କର୍ଫ୍ୟୁ ଲାଗୁ ହେବା ପରେ ପତ୍ନୀ ଦୀପିକାଙ୍କ ସହ ଶଶୁରଘର ଅଭି‌ମୁଖେ ବାହାରିଲେ ରଣବୀର

ମୁମ୍ବାଇ: ମହାରାଷ୍ଟ୍ରରେ ୧୫ ଦିନିିଆ ଜନତା କର୍ଫ୍ୟୁ ଲାଗୁ ହେବା ପରେ ନିଜ ଶଶୁର ଘରେ ସମୟ ଅତିବାହିତ କରିବା ଯୋଜନା କରିଛନ୍ତି ଅଭିନେତା ରଣବୀର ସିଂହ। ଗତକାଲି ଅର୍ଥାତ ଏପ୍ରିଲ୍‌ ୧୪ ତାରିଖରେ ରଣବୀର ଓ ପତ୍ନୀ ଦୀପିକା ପାଦୁକୋନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି। ସେମାନେ ବିମାନ ଯୋଗେ ମୁମ୍ବାଇରୁ ବେଙ୍ଗାଲୁର ଯାତ୍ରା କରିଛନ୍ତି।

ଉଭୟ ପତି ପତ୍ନୀ ଧଳା ସାର୍ଟ ଉପରେ ବ୍ଲୁ ଡେନିମ୍‌ ଜ୍ୟାକେଟ୍‌ ପିନ୍ଧିବା ସହ କଳା ପ୍ୟାଣ୍ଟ୍‌ ପିନ୍ଧି ବିମାନବନ୍ଦରରେ ନଜର ଆସିଥିଲେ। ଏହି ଜନତା କର୍ଫ୍ୟୁ କାଳରେ ଦୀପିକା ନିଜ ପରିବାର ଓ ସ୍ବାମୀଙ୍କ ସହ ଏକତ୍ର ସମୟ ବିତାଇବା ପାଇଁ ଏଭଳି ଯୋଜନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅତି ସାଂଘାତିକ ସ୍ଥିତି ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଗତ ୧୩ ତାରିଖରେ ୧୫ ଦିନ ପାଇଁ ରାଜ୍ୟରେ ଜନତା କର୍ଫ୍ୟୁ ଘୋଷଣା କରିଛନ୍ତି। ୧୪ ତାରିଖ  ରାତି ୮ଟାରୁ ମେ ୧ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏଥିପାଇଁ ରାଜ୍ୟରେ ଧାରା ୧୪୪ ଲାଗୁ କରାଯିବ। କେବଳ ଜରୁରୀ ପରିସ୍ଥିତିରେ ହିଁ ଲୋକେ ଘରୁ ବାହାରି ପାରିବେ। ଅତ୍ୟାବଶ୍ୟକ ତଥା ଜରୁରୀ ଉଦ୍ଦେଶ୍ୟରେ ହିଁ ଘରୋଇ ଯାନକୁ ଅନୁମତି ମିଳିବ। ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପାଇଁ ବନ୍ଦ ରହିବ, କିନ୍ତୁ ହୋମ୍‌ ଡେଲିଭରି ହୋଇପାରିବ।

 

ସମ୍ବନ୍ଧିତ ଖବର