ସ୍ଥିର ହେଲା ଦୀପ୍‌-ବୀରଙ୍କ ବିବାହ ତାରିଖ, ନଭେମ୍ବର ୨୦ ନୁହେଁ; ଏହି ଦିନ କରିବେ ବିବାହ

ମୁମ୍ବାଇ: ବଲିଉଡ୍‌ର ବାଜିରାଓ ମସ୍ତାନି ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହର ଖବର ଗତ କିଛି ମାସ ହେଲା ଚର୍ଚ୍ଚାର ବିଷୟ ହୋଇ ରହିଛି । ଦୁହେଁ କେବେ ବିବାହ ବନ୍ଧନରେ ବାନ୍ଧି ହେବେ ସେ ନେଇ ଦୁହିଁଙ୍କ ପ୍ରଶଂସକ ଅନାଇ ବସିଛନ୍ତି । ପୂର୍ବରୁ ନଭେମ୍ବର ୨୦ରେ ଦୁହେଁ ଇଟାଲିରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ତାରିଖରେ ପରିବର୍ତ୍ତନ ଅଣାଯାଇଛି । ଏବେ ଦୁହେଁ ନଭେମ୍ବର ୨୦ ନୁହେଁ ବରଂ ନଭେମ୍ବର ୧୩ରେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ସୂଚନା ମିଳିଛି ।

BollywoodShaadis.com

ବିବାହର ତାରିଖ ସାମ୍ନାକୁ ଆସିଥିବା ବେଳେ ଦୁହିଁଙ୍କ ପ୍ରଶଂସକ ଏବେ ଉତ୍ସାହିତ ଥିବା ଜଣା ପଡ଼ିଛି । ବିବାହର ତାରିଖ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଦୁହେଁ କେଉଁଠି ବିବାହ କରିବେ ତାହା ସ୍ଥିର କରାଯାଇ ନାହିଁ । କିନ୍ତୁ ଏବେ ମଧ୍ୟ ସ୍ଥାନ ଠିକ୍‌ କରାଯାଇଥିବା ସୂଚୀରେ ଇଟାଲି ପ୍ରଥମ ପସନ୍ଦ ରହିଥିବା ଜଣା ପଡ଼ିଛି । ପ୍ରକୃତରେ ସେମାନେ କେଉଁଠି ବିବାହ କରିବେ ତାହା କିଛି ଦିନ ପରେ ହିଁ ସ୍ପଷ୍ଟ ହୋଇ ପାରିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର