ବିବାହ ପରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ମିଳିଲା ବଡ଼ ଦାୟିତ୍ୱ, ମିଳିଲା ମାମିର ଅଧ୍ୟକ୍ଷ ପଦ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଗତ ବର୍ଷ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ । ପ୍ରେମିକ ତଥା ଅଭିନେତା ରଣବୀର ସିଂହଙ୍କୁ ସେ ଇଟାଲୀର ଲେକ୍‌ କୋମୋରେ ବିବାହ କରିଥିବା ବେଳେ ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ବିବାହ ଭୋଜି ରଖିଥିଲେ । ବିବାହ ପରେ ପରେ ଦୁହେଁ ନିଜ ନିଜ କାମକୁ ଫେରିଥିବା ବେଳେ ଦୀପିକା ନିଜ ଶାଶୁ ଘର ଲୋକଙ୍କୁ ଅଧିକ ସମୟ ଦେଉଥିବା ଖବର ମିଳିଥିଲା । ଏବେ ଶାଶୁଘର ସମ୍ଭାଳିବା ସହ ଦୀପିକାଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି । ଦୀପିକାଙ୍କୁ ମୁମ୍ବାଇ ଏକାଡେମୀ ଅଫ୍‌ ଦ ମୁଭିଙ୍ଗ ଇମେଜ୍‌(ମାମି)ର ଅଧ୍ୟକ୍ଷ ପଦ ଦିଆ ଯାଇଥିବା ଜଣାପଡ଼ିଛି । ଦୀପିକାଙ୍କ ପୂର୍ବରୁ ଏହି ପଦରେ ଆମୀର ଖାନ୍‌ଙ୍କ ପତ୍ନୀ କିରଣ ରାଓ ଥିଲେ । ସେ ୪ବର୍ଷ ପର୍ଯ୍ୟନ୍ତ ମାମିର ଅଧ୍ୟକ୍ଷତା କରିଥିଲେ ।

Mid-Day

ଦୀପିକାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏତେ ବଡ଼ ଦାୟିତ୍ୱ ମିଳିବା ସହ ଏହା ମୋ ପାଇଁ ଗୌରବର କଥା ବୋଲି କହିଛନ୍ତି ଦୀପିକା । ଅନ୍ୟ ପକ୍ଷରେ କିରଣ ରାଓ ଦୀପିକାଙ୍କୁ ଅଧ୍ୟକ୍ଷ ପଦ ମିଳିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର