ଏହି କାରଣରୁ ପୋଷାକ ବିକ୍ରି କରୁଛନ୍ତି ଦୀପିକା

ନୂଆଦିଲ୍ଲୀ: ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିଜ ପୋଷାକ ବିକ୍ରି କରିବା ଆରମ୍ଭ କରିଛନ୍ତି। ଦୀପିକାଙ୍କ ପୋଷାକ ବିକ୍ରିରୁ ଏକାଠି ହୋଇଥିବା ଅର୍ଥରାଶି ମାନସିକସ୍ତରରେ ଦୁର୍ବଳ ଥିବା ଲୋକମାନଙ୍କ ପାଇଁ ଖର୍ଚ୍ଚ କରାଯିବ। ବିଶ୍ୱ ‘ମାନସିକ ସ୍ୱାସ୍ଥ୍ୟ ଦିବସ’ (ଅକ୍ଟୋବର ୧୦)ରେ ଦୀପିକା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦୀପିକାଙ୍କ ଏଭଳି ପଦକ୍ଷେପକୁ ନେଇ ସୋସିଆଲ ମିଡିଆରେ ବେଶ୍‌ ପ୍ରଶଂସା କରାଯାଉଛି।

ଲୋକମାନେ ଦୀପିକାଙ୍କ ପୋଷାକ କିଣିବା ପାଇଁ ବହୁତ ଇଚ୍ଛା ରଖିଛନ୍ତି। ପୋଷାକଗୁଡ଼ିକୁ ଦୀପିକାଙ୍କ ୱେବସାଇଟ୍‌ରେ ବିକ୍ରି କର।ଯାଉଛି। ଦୀପିକା ଇନ୍‌ଷ୍ଟାରେ ଏକ ଭିଡିଓ ଜରିଆରେ କହିଛନ୍ତି କି, ୱେବସାଇଟ୍‌ରେ ତାଙ୍କ ପୋଷାକ ବିକ୍ରି ପାଇଁ ଉପଲବ୍ଧ ହେବାର ମାତ୍ର ୨ଘଣ୍ଟା ମଧ୍ୟରେ ସବୁ ବିକ୍ରି ହୋଇଯାଇଥିଲା।

ଦୀପିକା ‘ଲିଭ ଲିଭ ଅଫ୍‌ ଫାଉଣ୍ଡେସନ୍‌’ ନାମରେ ଏକ ସଂସ୍ଥା ଚଳାଇ ଥାଆନ୍ତି। ଏହି ସଂସ୍ଥା ମାନସିକ ଭାବେ ଦୁର୍ବଳ ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିଥାଏ। ଦୀପିକା ୨୦୧୫ରେ ଲିଭ ଲିଭ ଅଫ ଫାଉଣ୍ଡେସନ୍‌ର ପ୍ରତିଷ୍ଠା କରିଥିଲେ।

 

ସମ୍ବନ୍ଧିତ ଖବର