ମୁମ୍ବାଇ: ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇ ବିବାଦରେ ରହିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରି ଧାରଣାରେ ସାମିଲ ହେବା ପରେ ଟୁଇଟରରେ ତାଙ୍କ ଫିଲ୍ମ 'ଛପାକ'କୁ ବଏକଟ୍  ବା ବର୍ଜନ କରିବାର ଦାବି ଆରମ୍ଭ ହୋଇ ଯାଇଛି।  କିଛି ଲୋକ ଏହାକୁ ବିରୋଧ କରୁଥିବା ବେଳେ କିଛି ଏହାକୁ ସମର୍ଥନ କରିଛନ୍ତି। ତେବେ ଦୀପିକାଙ୍କ ଏଭଳି କାମ ପାଇଁ କିଛି ଦର୍ଶକ ଆଗରୁ କାଟିଥିବା ଫିଲ୍ମ ଟିକେଟକୁ ଫେରସ୍ତ କରିଥିବା ବେଳେ ଏବେ ଏସିଡ୍ ଆକ୍ରମଣକାରୀଙ୍କ ଧର୍ମକୁ ନେଇ ବିବାଦ ଆରମ୍ଭ ହୋଇଛି।

Advertisment

Image result for chhapaak Amar Ujala

ଅସଲ କଥା ହେଲା,  ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ନାଦୀମ୍ ଖାନ ନାମକ ଜଣେ ଯୁବକ ଏସିଡ୍ ମାଡ଼ କରିଥିବା ବେଳେ ଫିଲ୍ମରେ ଆକ୍ରମଣକାରୀର ନାଁ ରାଜେଶ ରଖାଯାଇଥିବା ନେଇ ବୁଧବାର ଚର୍ଚ୍ଚା ଜୋର ଧରିଥିଲା। ସ୍ବରାଜ ପତ୍ରିକାରେ ଏକ ଲେଖା ବାହାରିଥିବା ବେଳେ ସେଥିରେ ଆକ୍ରମଣକାରୀର ନାଁ ଫିଲ୍ମରେ ନାଦୀମ୍ ଖାନରୁ ରାଜେଶ କରିଦିଆଯାଇଥିବା ପ୍ରକାଶ ପାଇଥିଲା । ଏହାକୁ ପଢ଼ି ଲୋକେ ତୁରନ୍ତ ଫିଲ୍ମକୁ ବିରୋଧ କରିବା ଆରମ୍ଭ କରିଥିଲେ।  ଆକ୍ରମଣକାରୀ ମୁସଲିମ୍ ହୋଇଥିବା ବେଳେ ଫିଲ୍ମରେ କାହିଁକି ହିନ୍ଦୁ ଦେଖାଯାଇଛି ବୋଲି କହି ଫିଲ୍ମକୁ ବିରୋଧ କରିବା ଆରମ୍ଭ ହୋଇଥିଲା । କିନ୍ତୁ ପରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା। ଫିଲ୍ମରେ ଆକ୍ରମଣକାରୀର ନାଁ ରାଜେଶ ନୁହେଁ ବରଂ ବସୀର ଖାନ୍ ଓରଫ ବବ୍ବୁ ରଖାଯାଇଥିବା ସାମ୍ନାକୁ ଆସିବା ସହ ଫିଲ୍ମରେ ଲକ୍ଷ୍ମୀଙ୍କ ପ୍ରେମିକର ନାଁ ରାଜେଶ ବୋଲି ସ୍ପଷ୍ଟ ହୋଇଥିଲା।