ଅନୁଷ୍କାଙ୍କର ନୁହେଁ, ଏହି ଯୁବତୀଙ୍କ ଲୁକ୍‌କୁ ନିଜ ବିବାହ ଭୋଜିରେ କପି କରିଥିଲେ ଦୀପିକା ପାଦୁକୋନ୍‌, ଦେଖନ୍ତୁ ଫଟୋ

ମୁମ୍ବାଇ : ବଲିଉଡ୍‌ରେ ଏବେ ବାଜିରାଓ-ମସ୍ତାନିଙ୍କ ବିବାହ ଖବର ଚର୍ଚ୍ଚାରେ ରହିଛି । ଇଟାଲୀରେ ଦୁଇଟି ରୀତିରେ ବିବାହ ସାରି ଭାରତ ଫେରିଥିବା ବେଳେ ନଭେମ୍ବର ୨୧ରେ ବେଙ୍ଗାଲୁରୁଠାରେ ଦୁହେଁ ନିଜର ବିବାହ ଭୋଜି ଦେଇଥିଲେ । ବିବାହର ଫଟୋ ଭଳି ବିବାହ ଭୋଜିର ଫଟୋକୁ ମଧ୍ୟ ଦୁହିଁଙ୍କ ପ୍ରଶଂସକ ଚାହିଁ ବସିଥିଲେ ।

ରାତି ସମୟରେ ଦୁହିଁଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଦୁହେଁ ପିନ୍ଧିଥିବା ପୋଷାକ ସମସ୍ତଙ୍କୁ ପସନ୍ଦ ଆସିଥିଲା । ବିବାହର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେଉଥିବା ବେଳେ ଦୀପିକା ବିବାହ ଭୋଜିରେ ଯେଉଁଭଳି ଭାବରେ ସଜବାଜ ହୋଇଥିଲେ ସେଭଳି ପୂର୍ବରୁ ଜଣେ ଅଭିନେତ୍ରୀ ସଜବାଜ ହୋଇ ସାରିଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଥମେ ଦୀପିକା ଅନୁଷ୍କାଙ୍କୁ କପି କରିଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ସେ ଅନୁଷ୍କାଙ୍କୁ ନୁହନ୍ତି ବରଂ ନିଜକୁ କପି କରିଥିବା ଦେଖାଯାଇଛି ।

ସୂଚନା ମୁତାବକ, ଦୀପିକାଙ୍କ ଏକ ପୁରୁଣା ଫଟୋ ସହ ବିବାହ ଭୋଜିର ଫଟୋ ମେଳ ଖାଉଛି । ପୂର୍ବରୁ ସେ ଏକ ଫଟୋସୁଟ୍‌ କରାଇଥିଲେ, ଯେଉଁଥିରେ ସେ ନୀଳ ରଙ୍ଗର ନେକ୍‌ଲେସ୍‌ ସହ ଏକ ଧଳା ରଙ୍ଗର ଶାଢ଼ି ପିନ୍ଧିଥିବା ଦେଖାଯାଇଛି । କିନ୍ତୁ ପୁରୁଣା ଫଟୋରେ ସେ ଯେଉଁଭଳି ଭାବରେ ମେକ୍‌ ଅପ୍‌ ନେଇଛନ୍ତି ତାହା ତାଙ୍କ ବିବାହ ଭୋଜିର ମେକ୍‌ ଅପ୍‌ ସହ ମିଶି ଯାଉଛି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର