ନୂଆଦିଲ୍ଲୀ: ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଘରକୁ ଗଣେଶ ଚତୁର୍ଥୀ ପରଦିନ ଅର୍ଥାତ ରବିବାର (୮ ସେପ୍ଟେମ୍ବର ୨୦୨୪)ଦିନ ଲକ୍ଷ୍ମୀଙ୍କ ଆଗମନ ହୋଇଛି। ଅର୍ଥାତ ଦୀପିକା ଏକ କନ୍ୟା ସନ୍ତାନର ମା’ ହୋଇଛନ୍ତି।
ସେପ୍ଟେମ୍ବର ୧୫ ତାରିଖ ରବିବାର ଦିନ ଦୀପିକାଙ୍କୁ ହସ୍ପିଟାଲରୁ ଛୁଟି ମିଳି ଯାଇଛି। ଝିଅକୁ ହସ୍ପିଟାଲରୁ ନେବା ପାଇଁ ଅଭିନେତ୍ରୀଙ୍କ ବାପା ପ୍ରକାଶ ପାଦୁକୋନ ହସ୍ପିଟାଲରେ ପହଞ୍ଚିଥିଲେ। ଦୀପିକା ଡେଲିଭରି ଦିନରୁ ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି ଥିଲେ। ଚିକିତ୍ସା ପରେ ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି। ଏହି ସମୟରେ ସ୍ବାମୀ ରଣବୀର ସିଂହ ବି ଦୀପିକାଙ୍କ ସହ ଉପସ୍ଥିତ ଥିଲେ। ନୂଆ କରି ମା’ ହୋଇଥିବା ଦୀପିକାଙ୍କୁ ଦେଖିବା ପାଇଁ ସୁପରଷ୍ଟାର ଶାହରୁଖ ଖାନ ବି ହସ୍ପିଟାଲରେ ପହଞ୍ଚିଥିଲେ।
କୁନି ପରିର ଆଗମନରେ ଉଭୟ ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ପରିବାର ବହୁତ ଖୁସି ଅଛନ୍ତି। ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଛି।
ପ୍ରସବ ପାଇଁ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଦୀପିକା ପାଦୁକୋନ ମଧ୍ୟ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ମୁମ୍ବାଇର ପ୍ରତିଷ୍ଠିତ ସିଦ୍ଧିବିନାୟକ ମନ୍ଦିର ପରିଦର୍ଶନ କରିଥିଲେ। ଦୀପିକା ପାଦୁକୋନ ଓ ରଣଭୀର ସିଂ ନଭେମ୍ବର ୨୦୧୮ ରେ ବିବାହ କରିଥିଲେ। ବିବାହର ୬ ବର୍ଷ ପରେ, ଏହି ଦମ୍ପତି ନିଜ ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଥିଲେ ଏବଂ ପ୍ରଶଂସକମାନେ ଉତ୍ସାହର ସହିତ ଶିଶୁର ଆଗମନକୁ ଅପେକ୍ଷା କରିଥିଲେ।
କିଛିଲୋକ ଦୀପିକା ପାଦୁକୋନଙ୍କ ଗର୍ଭଧାରଣକୁ ଗୁଜବ ବୋଲି କହୁଥିଲେ। କିନ୍ତୁ ନିକଟରେ ଦୀପିକା ରଣଭୀର ସିଂଙ୍କ ସହ ନିଜର ଗର୍ଭଧାରଣ ଫଟୋସୁଟକୁ ସୋସିଆଲ ମିଡିଆରେ ସେୟାର କରି ସମସ୍ତ ଟ୍ରୋଲର୍ସଙ୍କ ମୁହଁ ଚୁପ କରାଇ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/XUOVVkxyj8ITw64YnWpz.jpg)