ନିଜ ପିଲାଙ୍କୁ ଏହି ଜିନିଷ ଶିଖାଇବାକୁ ଚାହାନ୍ତି ଦୀପିକା

ମୁମ୍ବାଇ: ଗୁରୁବାର ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂ। ଖୁବଶୀଘ୍ର ଦୁହେଁ ମାତାପିତା ହେବେ ବୋଲି ଜଣାଇଥିଲେ ଦୀପିକା। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଗର୍ଭବତୀ ଥିବା ଦୀପିକା ଘୋଷଣା କରିଥିଲେ। ଦୀପିକାଙ୍କ ଗର୍ଭଧାରଣ ଖବର ଶୁଣିବା ପରେ ପ୍ରଶଂସକମାନେ ଖୁସିରେ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବରରେ ତାଙ୍କର ପ୍ରସବ ହେବ ବୋଲି ପୋଷ୍ଟରେ ସେ ଲେଖିଛନ୍ତି।

ତେବେ ମାତାପିତା ହେବା ପରେ ନିଜ ସନ୍ତାନ ମଧ୍ୟରେ କେଉଁ ଗୁଣ ରହୁ ବୋଲି ‌ସେ ଚାହୁଥିବା ସାମ୍ନାକୁ ଆସିଛି। କିଛି ମାସ ତଳେ ଦୀପିକା ଏକ ସାକ୍ଷାତକାରରେ କହିଥିଲେ ଯେ, ମୁଁ ଏତେ ବଡ଼ କଳାକାର ହୋଇଥିଲେ ବି ଘର ଲୋକଙ୍କ ସହ ମୁଁ ଅତି ସାଧାରଣ ମଣିଷ ଭାବେ ମିଶେ। ସମସ୍ତେ କୁହନ୍ତି ଲୋକପ୍ରିୟ ହେବା ପରେ ବି ମୁଁ ଜମା ବଦଳିନାହିଁ। ପୂର୍ବପରି ରହିଛି। ଘରେ ମୋ ସହ କେହି ସେଲିବ୍ରିଟି ଭଳି ବ୍ୟବହାର କରନ୍ତି ନାହିଁ। ମୁଁ ପ୍ରଥମେ ଜଣେ ଝିଅ ଓ ଭଉଣୀ। ତା’ପରେ ଯାଇ ଜଣେ କଳାକାର। ମୁଁ ଚାହେଁ ମୋ ପିଲାମାନେ ମଧ୍ୟ ଏସବୁ ଶିଖନ୍ତୁ। ସଫଳ ହେବା ପରେ ବି କିଭଳି ନମ୍ର ରହିବାକୁ ହୁଏ, ତାହା ମୁଁ ମୋ ପିଲାଙ୍କୁ ଶିଖାଇବାକୁ ଚାହେଁ।

ସମ୍ବନ୍ଧିତ ଖବର