ଭାବି ନଣଦଙ୍କୁ ପସନ୍ଦ କରୁ ନାହାନ୍ତି ଦୀପିକା ପାଦୁକୋନ, ଅନେକ ବର୍ଷରୁ ଦୁହିଁଙ୍କ ମଧ୍ୟରେ ରହିଛି ଶତ୍ରୁତା

ମୁମ୍ବାଇ : ବଲିଉଡ୍‌ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହ ନଭେମ୍ବର ୧୯ରେ ହେବ ବୋଲି ସ୍ଥିର କରାଯାଇଥିବା ବେଳେ ଏବେ ଦୀପିକାଙ୍କର ତାଙ୍କ ଭାବି ନଣଦଙ୍କ ସହ ଜମା ବି ପଡ଼ୁନଥିବା ଜଣାପଡ଼ିଛି । ଦୁହିଁଙ୍କ ମଧ୍ୟରେ ଅନେକ ବର୍ଷ ପୂର୍ବରୁ ଶତ୍ରୁତା ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟ ତାହା ଜାରି ରହିଛି । ଦୁହିଁଙ୍କ ମଧ୍ୟରେ ଥିବା ଶତ୍ରୁତା ୧୧ବର୍ଷ ପୁରୁଣା ବୋଲି ସୂଚନା ମିଳିଛି । ତେବେ ଭାବି ନଣନ୍ଦ ଆଉ କେହି ନୁହନ୍ତି ବରଂ ଅଭିନେତ୍ରୀ ସୋନମ କପୁର ।

YouTube

ସୂଚନା ମୁତାବକ,ରଣବୀର ସିଂଙ୍କ ବାପା ଜଗଜୀତ ସିଂ ଏବଂ ସୋନମ କପୁରଙ୍କ ମା’ ସୁନୀତା ସଂପର୍କୀୟ ଭାଇ ଭଉଣୀ ବୋଲି ଜଣା ପଡ଼ିଛି । ସେହି ହିସାବରେ ସୋନମ ଏବଂ ରଣବୀର ମଧ୍ୟ ସଂପର୍କୀୟ ଭାଇ ଭଉଣୀ ହୋଇଥିବାରୁ ଏବେ ନିଜ ଶତ୍ରୁକୁ ନଣଦ ହିସାବରେ ପାଇବାକୁ ଯାଉଛନ୍ତି ଦୀପିକା । ୨୦୦୭ରେ ଦୁହେଁ ଏକା ସାଙ୍ଗରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ । ଦୁହିଁଙ୍କ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ ଏବଂ ‘ସାଓ୍ଵରିୟା’ ଏକା ଦିନରେ ରିଲିଜ୍‌ ହୋଇଥିଲା । ‘ସାଓ୍ଵରିୟା’ ପରେ ରଣବୀର ଏବଂ ସୋନମଙ୍କ ପ୍ରେମ ସଂପର୍କ ଆରମ୍ଭ ହୋଇଥିବା ବେଳେ ପରେ ରଣବୀର ଦୀପିକାଙ୍କୁ ଡ଼େଟ୍‌ କରିବା ଆରମ୍ଭ କରିଥିଲେ । ଯାହା ପାଇଁ ସେବେଠାରୁ ହିଁ ସୋନମ-ଦୀପିକାଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା ।

ସମ୍ବନ୍ଧିତ ଖବର