‘ମୋ ଠାରୁ ଅନୁପ୍ରାଣିତ ହୋଇ ମୋ ଭଳି ଅଭିନେତା ହୁଅନ୍ତୁ ଦୀପ୍‌-ବୀରଙ୍କ ସନ୍ତାନ’! ଜାଣନ୍ତୁ କେଉଁଠି ଏବଂ କ’ଣ ପାଇଁ ଏଭଳି କହିଥିଲେ ରଣବୀର କପୁର

ମୁମ୍ବାଇ : ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀଯୁଗଳ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ବିବାହ ଇଟାଲୀର ଲେକ୍‌ କୋମୋରେ ସମ୍ପନ୍ନ ହୋଇ ସାରିଛି । ଦୁହିଁଙ୍କ ଫଟୋ ପାଇଁ ସେମାନଙ୍କ ପ୍ରଶଂସକମାନେ ଅପେକ୍ଷା କରିଥିବା ବେଳେ ସବୁ ଅପେକ୍ଷାର ଅନ୍ତ ଘଟାଇ ଦୁଇ ଜଣ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ବିବାହର ଫଟୋ ସେୟାର କରିଥିଲେ । ଫଟୋ ଭାଇରାଲ ହେବା ପରେ ଦୀପିକା ପିନ୍ଧିଥିବା ମୁଦି ଏବଂ ଲେହେଙ୍ଗାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଆଉ ଏକ କଥାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ରଣବୀର କପୁର କଫି ଉଇଥ୍‌ କରଣର ସିଜିନ୍‌-୫ରେ କହିଥିବା କଥାକୁ ନେଇ ଏବେ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, କଫି ଉଇଥ୍‌ କରଣ ସିଜିନ୍‌-୫ରେ ରଣବୀର ସିଂହ ଏବଂ ରଣବୀର କପୁର ଏକା ସାଙ୍ଗରେ ଯୋଗ ଦେଇଥିଲେ । ଏହି ସମୟରେ ରଣବୀର ସିଂହ ଏବଂ ଦୀପିକାଙ୍କ ବିବାହକୁ ନେଇ କରଣ ପ୍ରଶ୍ନ କରିଥିବା ବେଳେ ନିଜର ଇଚ୍ଛା ଜାହିର କରିଥିଲେ ରଣବୀର କପୁର । “ରଣବୀର-ଦୀପିକା ପରଦା ଉପରେ ପରସ୍ପର ସହ ବହୁତ ଭଲ ଲାଗନ୍ତି । ମୁଁ ଦୁହିଁଙ୍କ ସଂପର୍କକୁ ନେଇ ବହୁତ ଖୁସି । ଦୁହିଁଙ୍କ ପିଲା ବହୁତ ସୁନ୍ଦର ହେବେ । ମୁଁ ଆଶା କରୁଛି କି ଦୁହିଁଙ୍କ ପିଲା ମୋ ଭଳି ଅଭିନେତା ହେବା ସହ ମୋତେ ଆଦର୍ଶ ମାନନ୍ତୁ” ବୋଲି ରଣବୀର କପୁର ମନ୍ତବ୍ୟ ଦେଇଥିଲେ, ଯାହାକୁ ଶୁଣିବା ପରେ ରଣବୀର ସିଂହ ଜୋରରେ ହସିବାକୁ ଲାଗିଥିଲେ ।

ସମ୍ବନ୍ଧିତ ଖବର