ନୂଆଦିଲ୍ଲୀ: ଏବେ ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ଝିଅ ଦୁଆ ପାଦୁକୋନ ସିଂଙ୍କ ଦେଖାଶୁଣାରେ ନିଜକୁ ବ୍ୟସ୍ତ ରଖିଛନ୍ତି। ରଣବୀର ସିଂ ଓ ଦୀପିକା ପାଦୁକୋନ ସେମାନଙ୍କର ପ୍ରଥମ ସନ୍ତାନ ଦୁଆକୁ ସେପ୍ଟେମ୍ବର ୮,୨୦୨୪ରେ ଏ ଦୁନିଆକୁ ସ୍ୱାଗତ କରିଥିଲେ। ମା' ହେବା ପରେ ଏବେ ଦୀପିକା ନିଜକୁ ଫିଲ୍ମଠାରୁ ଦୁରେଇ ରଖିଛନ୍ତି । ସେପ୍ଟେମ୍ବରରେ ମା' ହୋଇଥିବା ଦୀପିକା ନିଜ ଫିଲ୍ମ 'ସିଂଘମ ରିଟର୍ନସ'ର ପ୍ରଚାରରୁ ମଧ୍ୟ ନିଜକୁ ଦୂରରେ ରଖିଥିଲେ।
ମା' ହେବାର ୩ ମାସ ପରେ ଏବେ ଦୀପିକା ସର୍ବସାଧାରଣରେ ନଜର ଆସିଛନ୍ତି। ନିକଟରେ ବେଙ୍ଗାଲୁରୁରେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କ କନ୍ସର୍ଟରେ ହୋଇଥିଲା | ଏହି କନ୍ସର୍ଟରେ ଦୀପିକାଙ୍କୁ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ସେ ମଞ୍ଚରେ ପହଞ୍ଚି ଦିଲଜିତଙ୍କୁ କନ୍ନଡ କହିବା ଶିଖାଇବା ସହ ତାଙ୍କ ଗୀତ 'ଲଭର'ରେ ନାଚିଥିଲେ | ଏହା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।
ସୂଚନା ମୁତାବକ, ଡିସେମ୍ବର ୬ ତାରିଖରେ ବେଙ୍ଗାଲୁରୁରେ ଦିଲଜିତ ଦୋସାଞ୍ଜଙ୍କ କନସର୍ଟ ଅନୁଷ୍ଠିତ ହୋଇଥିଲା, ଯାହାର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୀପିକା ପାଦୁକୋନଙ୍କୁ ମଞ୍ଚରେ ଦେଖି ଉପସ୍ଥିତ ଲୋକେ ଖୁସିରେ ପାଟି କରୁଥିବା ଭିଡିଓରେ ଦେଖାଯାଇଛି | ଦୀପିକାଙ୍କ ପାଇଁ ଦିଲଜିତ ଦୋସାଞ୍ଜ 'ଲଭର୍' ଗୀତ ଗାଉଛନ୍ତି, ଯେଉଁଥିରେ ଦୀପିକା ମଧ୍ୟ ନାଚୁଥିବାର ଦେଖିବାକୁ ମିଳିଛି। ଗୀତ ଗାଇ ସାରିବା ପରେ ଦିଲଜିତ୍, ଦୀପିକାଙ୍କୁ ସ୍ୱାଗତ କରି ତାଙ୍କର ପ୍ରଶଂସା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି |