ମୁମ୍ବାଇ: ନିକଟ ଅତୀତରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ମୁମ୍ବାଇର ବର୍ଲିଠାରେ ଏକ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍ରେ ନିଆଁ ଲାଗି ଯାଇଥିଲା। ଓର୍ଲିସ୍ଥିତ ପ୍ରଭାବତୀ ଅଞ୍ଚଳରେ ଥିବା ଉକ୍ତ ସୁଇଚ୍ ଆପାର୍ଟମେଣ୍ଟ୍ରେ ଅଚାନକ ବୁଧବାର ଅପରାହ୍ନରେ ନିଆଁ ଲାଗିଥିବା ସୂଚନା ରହିଥିଲା। ସୌଭାଗ୍ୟକୁ ଦୀପିକା ସେହି ସମୟରେ ଘରେ ନ ରହି ସୁଟିଂ କାର୍ଯ୍ୟରେ ବାହାରେ ଥିଲେ ବୋଲି ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଯାହାବି ହେଉ ଅଭିନେତ୍ରୀ ଦୀପିକାଙ୍କ ଘର ସୁରକ୍ଷିତ ରହିଛି। ମାତ୍ର ଦୀପିକାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଘରେ ପ୍ରବେଶ କରିବାକୁ ବାରଣ କରାଯାଇଛି।
ଦୀପିକା ଏ ସଂପର୍କରେ ଟୁଇଟର୍ରେ ଏକ ଟୁଇଟ୍ କରିଥିଲେ। ସେ ଲେଖିଥିଲେ କି ‘ମୁଁ ସୁରକ୍ଷିତ ଅଛି। ସମସ୍ତଙ୍କୁ ଧନ୍ୟବାଦ୍। ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ନିଆଁ ଲିଭା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ଚାଲନ୍ତୁ ସେମାନଙ୍କ ପାଇଁ ପ୍ରାର୍ଥନା କରିବା।’
ଉଲ୍ଲେଖଯୋଗ୍ୟ, ଆପାର୍ଟମେଣ୍ଟ୍ଟିରେ ନିଆଁ ଲାଗିବା ସମୟରେ ସେଠାରେ ବସବାସ କରୁଥିବା ପ୍ରାୟ ୯୫ ପ୍ରତିଶତ ଅନ୍ତେବାସୀ ଉପସ୍ଥିତ ଥିଲେ। ତେବେ, ନିଆଁ କିପରି ଲାଗିଛି ତାହା ଏଯାବତ୍ ଜଣାପଡ଼ି ନାହିଁ। ସେ ସଂପର୍କିତ ତଦନ୍ତ ଜାରି ରାହିଛି।