ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିବାହକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ଅଭିନେତା ରଣବୀର ସିଂହ ବିବାହ କରିବେ ବୋଲି ଖବର ଚହଳ ପକାଇଛି। ଚଳିତବର୍ଷ ଶେଷ ଆଡକୁ ଦୀପିକା ଓ ରଣବୀର ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ବୋଲି ଶୁଣିବାକୁ ମିଳିଛି। ତେବେ ଦୁହେଁ ନିଜନିଜ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ଦୀପିକା ପାଦୁକୋନ୍ ଗତକାଲି ମୁମ୍ବାଇରୁ ବେଙ୍ଗାଲୁକୁ ନିଜ ବିବାହ ପ୍ରସ୍ତୁତି ପାଇଁ ପହଞ୍ଚିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦୀପିକା ପାଦୁକୋନ୍ ଏକ ଅଳଙ୍କାର କମ୍ପାନିର ବ୍ରାଣ୍ଡ ଆମ୍ବସଡର। ଏହି ବ୍ରାଣ୍ଡ ଦୀପିକା ପାଦୁକୋନ୍ଙ୍କ ବିବାହରେ ସ୍ୱତନ୍ତ୍ର ଅଳଙ୍କାର ପ୍ରଦର୍ଶନ କରିବ। ‘ପଦ୍ମାବତ’୍ରେ ଦୀପିକା ପାଦୁକୋନ୍ ଅଳଙ୍କାର ପିନ୍ଧି ଯେପରି ଆକର୍ଷଣୀୟ ଲାଗିବେ ସେନେଇ ଏହି ବ୍ରାଣ୍ଡ କୌଣସି କମି ରଖି ନଥିଲା। ତେବେ ଦୀପିକା ପାଦୁକୋନ୍ ଓ ରଣବୀର ସିଂହଙ୍କ ବିବାହକୁ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ। କିନ୍ତୁ ରଣବୀର ଓ ଦୀପିକା ପାଦୁକୋନ୍ଙ୍କ ପରିବାରଲୋକ ଉଭୟଙ୍କ ବିବାହକୁ ନେଇ ଖୁସି ଅଛନ୍ତି।