#ମି ଠୁର ଅଭିଯୋଗ ଲାଗିଥିବା ନିର୍ଦ୍ଦେଶକଙ୍କୁ ଭେଟିବା ପରେ ଦୀପିକାଙ୍କୁ ଘେରିଲେ ପ୍ରଶଂସକ, ଟୁଇଟ୍‌ରରେ ଆରମ୍ଭ ହେଲା #NotMyDeepika ଅଭିଯାନ

ମୁମ୍ବାଇ : ୨୦୧୧ରେ ପ୍ୟାର୍‌ କା ପଞ୍ଚନାମାରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ନିର୍ଦ୍ଦେଶକ ଲଭ ରଞ୍ଜନ । ଏହା ପରେ ସେ ପ୍ୟାର୍‌ କା ପଞ୍ଚନାମା-୨, ଦେ ଦେ ପ୍ୟାର୍‌ ଦେ, ସୋନୁ କି ଟୁଟୁ କି ସ୍ୱିଟ୍ଟୀ ଭଳି ସୁପରହିଟ୍‌ ଫିଲ୍ମ ତିଆରି କରିଥିଲେ । ତେବେ ଗତବର୍ଷ ତାଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଲାଗିଥିଲା, ଯାହା ତାଙ୍କ କାମରେ କିଛି ସମୟ ପାଇଁ ବ୍ରେକ୍‌ ଲଗାଇ ଦେଇଥିଲା । କିନ୍ତୁ ପୁଣି ଥରେ ଦେ ଦେ ପ୍ୟାର୍‌ ଦେ ଜରିଆରେ କାମ ଆରମ୍ଭ କରିଥିଲେ ଲଭ ରଞ୍ଜନ । ଯାହା ଦର୍ଶକଙ୍କୁ ପସନ୍ଦ ଆସି ନଥିଲା । ଏବେ ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ସହ କାମ କରିବାକୁ ଯାଉଥିବା ଜାଣି ଲୋକେ ଦୀପିକାଙ୍କୁ ବିରୋଧ କରୁଥିବା ଦେଖା ଯାଇଛି ।

amarujala.com

ସୂଚନା ମୁତାବକ, କିଛି ଦିନ ତଳେ ଦୀପିକା ଏବଂ ରଣବୀର କପୁର ଲଭ ରଞ୍ଜନଙ୍କ ଅଫିସରେ ପହଞ୍ଚିଥିଲେ । ଦୁହେଁ ଖୁବ୍‌ ଶୀଘ୍ର ଲଭ ରଞ୍ଜନଙ୍କ ଆଗାମୀ ପ୍ରୋଜେକ୍ଟରେ କାମ କରି ପାରନ୍ତି ବୋଲି ଜଣା ପଡ଼ିଥିବା ବେଳେ ଫିଲ୍ମରେ ଅଜୟ ଦେବଗନ ମଧ୍ୟ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଯୌନ ଶୋଷଣର ଅଭିଯୋଗ ଲାଗିଥିବା ନିର୍ଦ୍ଦେଶକଙ୍କ ସହ ଦୀପିକା କାମ କରୁଥିବା ଜାଣି ତାଙ୍କ ପ୍ରଶଂସକମାନେ #NotMyDeepika ଅଭିଯାନ ଆରମ୍ଭ କରିଛନ୍ତି । ଏହା ସହ ଲଭ ରଞ୍ଜନଙ୍କ ଫିଲ୍ମରେ କାମ ନ କରିବାକୁ ଉପଦେଶ ଦେଉଥିବା ଦେଖା ଯାଇଛି । ଏହି ଅଭିଯାନରୁ ଜଣା ପଡ଼ୁଛି କି, ଯଦି ଦୀପିକା ଲଭ ରଞ୍ଜନଙ୍କ ଫିଲ୍ମକୁ ହଁ କହୁଛନ୍ତି, ତେବେ ନିଜର ଅନେକ ପ୍ରଶଂସକ ହରାଇବେ ।

ସମ୍ବନ୍ଧିତ ଖବର