ନ୍ୟୁୟର୍କରେ ଚିକିତ୍ସିତ ହେଉଥିବା ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ତାଙ୍କ ପାଖରେ ପହଞ୍ଚିଲେ ଦୀପିକା

ମୁମ୍ବାଇ : ନ୍ୟୁୟର୍କରେ ଆୟୋଜିତ ହୋଇଥିବା ମେଟ୍‌ ଗାଲା ୨୦୧୯ରେ ଧମାକାଦାର ଏଣ୍ଟ୍ରି ପରେ ନିଜ ବ୍ୟସ୍ତତା ଭିତରୁ ସମୟ ବାହାର କରି ଋଷି କପୁରଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ । କିଛି ମାସ ହେଲାଣି ଋଷି କପୁର ପତ୍ନୀ ନୀତୁ କପୁରଙ୍କ ସହ ନ୍ୟୁୟର୍କରେ ରହି ନିଜ ରୋଗର ଚିକିତ୍ସା କରାଉଥିବା ବେଳେ ଦୀପିକା ତାଙ୍କ ହାଲଚାଲ ପଚାରିବା ପାଇଁ ପହଞ୍ଚିଥିଲେ ।

 

 

View this post on Instagram

 

Such a fun evening with adorable @deepikapadukone .. gave lot of love n warmth ??

A post shared by neetu Kapoor. Fightingfyt (@neetu54) on

 

ଯାହାର ଏକ ଫଟୋ ନୀତୁ କପୁର ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଥିଲା । ଫଟୋରେ ୩ଜଣ ସେଲ୍‌ଫି ନେଇଥିବା ଦେଖାଯାଇଛି । ତେବେ ଦୀପିକାଙ୍କ ପୂର୍ବରୁ ଆଲିଆ ଏବଂ ରଣବୀରଙ୍କ ସମତେ କିଛି ବଲିଉଡ୍‌ କଳାକାର ମଧ୍ୟ ଋଷି କପୁରଙ୍କୁ ଭେଟିବା ପାଇଁ ନ୍ୟୁୟର୍କରେ ପହଞ୍ଚିଥିବା ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର