ବିମାନବନ୍ଦରରେ ଦୀପିକାଙ୍କୁ ଗାର୍ଡ ଆଇଡି ଦେଖାଇବାକୁ କହିବା ପରେ କ’ଣ ହେଲା ଜାଣନ୍ତୁ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଘରୁ ବାହାରିବା କ୍ଷଣି ଇଣ୍ଟରନେଟ୍‌ରେ ଚର୍ଚ୍ଚାରେ ରହି ଥାଆନ୍ତି। ସମ୍ପ୍ରତି ମୁମ୍ବାଇ ବିମାନବନ୍ଦରରୁ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଯେଉଁଥିରେ ତାଙ୍କ ସହିତ ପିତା ପ୍ରକାଶ ପାଦୁକୋନ୍‌ ବି ଥିବା ଦେଖିବାକୁ ମିଳୁଛି। ତେବେ ସେ ତାଙ୍କ ପିତାଙ୍କ ସହିତ ମୁମ୍ବାଇରୁ ବେଙ୍ଗାଲୁରୁ ଯାଉଥିବା ଜଣାପଡ଼ିଛି।

ଇଣ୍ଟରନେଟ୍‌ରେ ଘୂରି ବୁଲୁଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଯେମିତି  ଦୀପିକା ଓ ତାଙ୍କ ପିତା ମୁମ୍ବାଇ ବିମାନବନ୍ଦରରେ ପ୍ରବେଶ କରୁଛନ୍ତି, ପଛରୁ ତାଙ୍କୁ କେହି ଜଣେ ଆଇଡି ମାଗୁଥିବା ସେ ଶୁଣିବାକୁ ପାଉଛନ୍ତି। ଦୀପିକା ବୁଲିପଡ଼ି ଅତି ବିନମ୍ରତା ସହିତ ଗାର୍ଡକୁ କହୁଛନ୍ତି, ଆଇଡି ଆବଶ୍ୟକ? ଏବଂ ତୁରନ୍ତ ଆଇଡି ବାହାର କରି ଗାର୍ଡକୁ ଦେଖାଇ ଦେଉଛନ୍ତି । ସୋସିଆଲ ମିଡିଆରେ ଦୀପିକାଙ୍କ ଏହି ସ୍ୱଭାବ ବହୁ ଚର୍ଚ୍ଚାରେ ରହିଛି। ଅନ୍ୟପଟେ ସିକ୍ୟୁରିଟି ଗାର୍ଡଙ୍କ କର୍ତ୍ତବ୍ୟକୁ ମଧ୍ୟ ପ୍ରଶଂସା କରାଯାଉଛି।

 

 

View this post on Instagram

 

Thy shall always obey rules ? #deepikapadukone

A post shared by Viral Bhayani (@viralbhayani) on

ଦୀପିକାଙ୍କ ସିନେମା କଥା କହିବାକୁ ଗଲେ, ସେ ମେଘନା ଗୁଲଜାରଙ୍କ ସିନେମା ‘ଛପାକ’ରେ ଏସିଡ ସାଇବର ଭୂମିକାରେ ନଜର ଆସୁଛନ୍ତି। ସିନେମାର ତାଙ୍କ କୋ-ଷ୍ଟାର ବିକ୍ରାନ୍ତ ମେସି ଅଛନ୍ତି। ଏହି ସିନେମା ଜାନୁଆରି ୧୦ରେ ରିଲିଜ ହେବ।

ସମ୍ବନ୍ଧିତ ଖବର