ଡିପ୍ରେସନ୍‌ ସମୟରେ ଥରେ ଅଚେତ ହୋଇ ପଡ଼ି ଯାଇଥିଲେ ଦୀପିକା, ଗୃହ ସହାୟିକା ପାଇଁ ବଞ୍ଚିଥିଲା ଜୀବନ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅନେକ ସଫଳତାର କାହାଣୀ ଆପଣ ଜାଣିଛନ୍ତି। ଲଗାତର ହିଟ୍‌ ସିନେମା ଦେବାରେ ଦୀପିକା ବଲିଉଡ୍‌ର ଅନ୍ୟତମ ସଫଳ ନାୟିକା। ମାନସିକ ରୋଗ ସଚେତନତା ଦିଗରେ ତାଙ୍କର ଅଂଶୀଦାରିତା ବିଷୟରେ ତ ଆପଣ ଜାଣିଥିବେ ନିଶ୍ଚୟ। ନିକଟରେ ଏସିଡି ପୀଡ଼ିତାଙ୍କ ଜୀବନ କାହାଣୀ ‘ଛପାକ’ରେ ନଜର ଆସିବା ପରେ ଦୀପିକାଙ୍କୁ ‘କ୍ରିଷ୍ଟାଲ୍‌ ଆୱାର୍ଡ’ ପ୍ରଦାନ କରାଯାଇଛି। ମାନସିକ ରୋଗକୁ ନେଇ ସଚେତନତା ଦିଗରେ ଦୀପିକାଙ୍କ ଭାଗୀଦାରିତାକୁ ନେଇ ଏହି ସମ୍ମାନ ପ୍ରଦାନ କରାଯାଇଛି।

 

 

View this post on Instagram

 

GRATITUDE!🙏🏽 #crystalaward2020 #wef2020 @tlllfoundation

A post shared by Deepika Padukone (@deepikapadukone) on

ଅତୀତରେ ଦୀପିକା ନିଜେ ଜଣେ ମାନସିକ ରୋଗୀ ଥିଲେ। ସେ ଅନେକ ସାକ୍ଷାତ୍‌କାରରେ ପୂର୍ବରୁ କହିଛନ୍ତି ଯେ ରଣବୀର କପୁରଙ୍କ ସହ ତାଙ୍କ ସଂପର୍କ ଭାଙ୍ଗିଯିବା ପରେ ସେ ବିଶାଦ(ଡିପ୍ରେସନ୍‌)ର ଶିକାର ହୋଇଥିଲେ। ଏପରିକି ଦିନେ ସେ ସକାଳୁ ତାଙ୍କ ଘରେ ଅଚେତ ବି ହୋଇ ଯାଇଥିଲେ। ଦୀପିକା ନିଜର ମାନସିକ ଅବସ୍ଥା ସଂପର୍କରେ ଖୁଲାସା କରି କହିଛନ୍ତି କି ଦିନେ ସକାଳୁ ଉଠିବା ମାତ୍ରେ ତାଙ୍କୁ ଖୁବ୍ ଦୁର୍ବଳ ଅନୁଭବ ହୋଇଥିଲା। ସେ ତାଙ୍କ ଘର ଚଟାଣରେ ପଡ଼ି ଯାଇଥିଲେ। ଯୋଗକୁ ଉଚିତ ସମୟରେ ତାଙ୍କ ଗୃହ ସହାୟିକା ଆସି ପହଞ୍ଚିବାରୁ ଦୀପିକାଙ୍କର ବିଶେଷ କିଛି କ୍ଷତି ହୋଇନଥିଲା। ଗୃହ ସହାୟିକା ଜଣକ ଦୀପିକାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ଡାକ୍ତରଖାନାରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କର ମାନସିକ ଚାପରେ ସାମାନ୍ୟ ଏପଟ ସେପଟ ହେବା ସହ ଶରୀରର କ୍ଳାନ୍ତପଣ ପାଇଁ ଏପରି ଘଟିଥିଲା ବୋଲି ଜାଣିବାକୁ ମିଳିଥିଲା।

 

ସମ୍ବନ୍ଧିତ ଖବର