ଶାହାରୁଖ୍‌ଙ୍କ ସହ ନିଜ ସଂପର୍କ ବିଷୟରେ ଏପରି କହିଲେ ଦୀପିକା ପାଦୁକୋନ

ନୂଆଦିଲ୍ଳୀ: ଆସନ୍ତା ୨୫ରେ ମୁକ୍ତିଲାଭ କରୁଥିବା ଶାହରୁଖ ଖାନଙ୍କ ‘ପଠାନ’ ‌ସିନେମାର ଅଗ୍ରୀମ ଟିକେଟ ବିକ୍ରି ରେକର୍ଡ ଭାଙ୍ଗିଛି। ଯଦିଓ ଫିଲ୍ମର ତାରକାମାନେ ପୂର୍ବରୁ ଏହି ଫିଲ୍ମ ନେଇ କୌଣସି ସାକ୍ଷାତ୍‌କାର ଦେଇନାହାନ୍ତି। ମାତ୍ର ନିଜର ସୋସିଆଲ୍‌ ମିଡିଆ ପେଜ୍‌ରେ ନୂଆ ନୂଆ ଭିଡିଓ ସବୁ ସେୟାର୍‌ କରି ଆସିଛନ୍ତି। ଏହି ଅବସରରେ ଦୀପିକା ପାଦୁକୋନଙ୍କର ଏକ ଭାଇରାଲ୍‌ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ ଦୀପିକା ଶାହାରୁଖ୍‌ଙ୍କ ସଂପର୍କରେ କହିଥିବା କିଛି କଥା ଶୁଣିବାକୁ ମିଳିଛି।

ଦୀପିକା ୨୦୦୭ ମସିହାରେ ଶାହାରୁଖ୍‌ଙ୍କ ବିପକ୍ଷରେ ନାୟିକା ସାଜି ‘ଓମ୍‌ ଶାନ୍ତି ଓମ୍‌’ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ଯାହାପ‌ରେ ଏହି ‌ଯୋଡ଼ିଙ୍କୁ ‘ଚେନ୍ନାଇ ଏକ୍ସପ୍ରେସ୍‌’, ‘ହାପି ନ୍ୟୁ ଇୟର୍‌’ରେ ଦେଖିବାକୁ ମିଳିଥିଲା। ଯାହାକି ବକ୍ସ ଅଫିସ୍‌ରେ ସଫଳ ସାବ୍ୟସ୍ତ ହୋଇଥିଲା।

 

ଦୀପିକା କିଙ୍ଗ୍‌ଖାନ୍‌ଙ୍କ ପ୍ରତି ନିଜର ଭାବନା ସେୟାର କରି କହିଛନ୍ତି, ‘ଆମେ ଦୁହେଁ ଖୁବ୍ ଭାଗ୍ୟବାନ୍‌ ଯେ ଆମକୁ କିଛି ଅବିଶ୍ବସନୀୟ ଫିଲ୍ମରେ କାମ କରିବାର ସୁଯୋଗ ମିଳିଛି। ଆମ ଭିତରେ ଏକ ସୁନ୍ଦର ସଂପର୍କ ଅଛିି। ଯାହାକୁ ମୁଁ ଶବ୍ଦରେ କେବେ ବି ବ୍ୟକ୍ତ କରିପାରିବି ନାହିଁ। ମୋତେ ଲାଗେ ଦର୍ଶକମାନେ ବୋଧେ ଆମ ଫିଲ୍ମ ଜରିଆରେ ସେହି ସଂପର୍କକୁ ଦେଖିପାରନ୍ତି।’

‘ପଠାନ୍‌’ ଅଗ୍ରିମ ବୁକିଂ ୨୦ କୋଟି ଟଙ୍କା ଅତିକ୍ରମ କରିଛି। ଶାହରୁଖ ଖାନଙ୍କ ପ୍ରତ୍ୟାବର୍ତ୍ତନ ଚଳଚ୍ଚିତ୍ର ପଠାନ କେବଳ ହିନ୍ଦୀ ଭାଷା ବଜାରରେ ନୁହେଁ ଦକ୍ଷିଣ ଭାରତରେ ମଧ୍ୟ ଏକ ବ୍ଲକବଷ୍ଟର ହେବାକୁ ଯାଉଛି। ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି କିଙ୍ଗ୍‌ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ।

ସମ୍ବନ୍ଧିତ ଖବର