ଆମୀର ନୁହନ୍ତି ମହାଭାରତର ନିର୍ମାଣ କରିବେ ଦୀପିକା, ଦ୍ରୌପଦୀ ହୋଇ କରିବେ ଦର୍ଶକଙ୍କ ମନୋରଞ୍ଜନ

ମୁମ୍ବାଇ : ଶେଷ ଥର ପାଇଁ ଫିଲ୍ମ ‘ପଦ୍ମାବତ’ରେ ନଜର ଆସିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ । ଏହି ଫିଲ୍ମକୁ ନେଇ ଅନେକ ବିବାଦ ଦେଖା ଦେଇଥିଲେ ମଧ୍ୟ ଶେଷରେ ଫିଲ୍ମଟି ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଥିଲା । ଫିଲ୍ମଟି ସୁପରହିଟ୍‌ ହୋଇଥିବା ବେଳେ ଏବେ ଦୀପିକା ନିଜର ଆଗାମୀ ଫିଲ୍ମ ‘ଛପାକ୍‌’କୁ ନେଇ ବ୍ୟସ୍ତ ଅଛନ୍ତି । ପ୍ରଶଂସକମାନେ ଦୀପିକାଙ୍କ ଏହି ଫିଲ୍ମକୁ ନେଇ ଖୁବ୍‌ ଉତ୍ସାହିତ ଥିବା ବେଳେ ଏବେ ସେ ଦ୍ରୌପଦୀ ହୋଇ ଦର୍ଶକଙ୍କ ମନୋରଞ୍ଜନ କରିବେ ବୋଲି ସୂଚନା ମିଳିଛି । ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଏ ନେଇ ଟୁଇଟ୍‌ କରି ଜଣାଇବା ପରେ ଖବରଟି ସାମ୍ନାକୁ ଆସିଛି ।

Image result for deepika-padukone-play-draupadi-in-mahabharat-movie-production-madhu-mantena
Mumbai Mirror

ସେ ଟୁଇଟ୍‌ କରି ଜଣାଇଛନ୍ତି କି, ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ୍‌ । ଏହା ସହ ସେ ପ୍ରଯୋଜକ ମଧୁ ମଣ୍ଟେନାଙ୍କ ସହ ମିଶି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ମଧ୍ୟ ତୁଲାଇବେ । ଫିଲ୍ମର ବିଭିନ୍ନ ଭାଗ ରିଲିଜ୍‌ ହେବାକୁ ଥିବା ବେଳେ ଏହାର ପ୍ରଥମ ଭାଗ ୨୦୨୧ ଦୀପାବଳିରେ ରିଲିଜ୍‌ ହେବ । ପୂର୍ବରୁ ଅଭିନେତା ଆମୀର ଖାନ୍‌ ଏହାକୁ ନିର୍ମାଣ କରିବା ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଏବେ ଫିଲ୍ମର ନିର୍ମାଣକୁ ନେଇ ଅଧିକାରୀକ ଭାବେ ଘୋଷଣା କରାଯାଇଛି, ଯାହା ପରେ ଦର୍ଶକଙ୍କ ମନରେ ଫିଲ୍ମକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର