ଦୀପିକା ଓ ରଣବୀରଙ୍କ ଅନ୍‌ସ୍କ୍ରିନ୍‌ କେମିଷ୍ଟ୍ରି ପ୍ରଶଂସକଙ୍କ ପସନ୍ଦ

ଦୀପିକା ପାଦୁକୋନ ଓ ରଣବୀର କପୁର ହୁଏତ ବାସ୍ତବ ଜୀବନରେ ଦମ୍ପତି ହୋଇପାରିନାହାନ୍ତି ମାତ୍ର ଦୁହିଁଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରି ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟ ହୋଇଆସିଛି। ‘ତମାସା’ ଚଳଚ୍ଚିତ୍ରର ‘ଅଗର ତୁମ ସାତ୍‌ ହୋ… ଗୀତରେ ଦୁହିଁଙ୍କ ଅଭିନୟ ଏବେ ବି ପ୍ରଶଂସକଙ୍କୁ ବାନ୍ଧି ରଖିଛି।

ରଣବୀର ଏହି ଗୀତରେ କାନ୍ଦିକାନ୍ଦି ଯାଉଥିବା ବ‌େଳେ ଦୀପିକା ତାଙ୍କୁ ଅନୁକରଣ କରୁଥିବା ଦେଖିବାକୁ ମିଳିଛି। ଏହା ସେଇ ଗୀତର ଅଂଶବିଶେଷ ନଥିଲା। ମାତ୍ର ରଣବୀର ଓ ଦୀପିକା ଦୁହେଁ ଗୀତର ଏହି ଦୃଶ୍ୟକୁ ଏହିପରି ଉନ୍ନତ କରିଥିଲେ। ଇମିତିଆଜ ଅଲ୍ଲୀଙ୍କ ଏହି ଚଳଚ୍ଚିତ୍ରରେ ଦୁହିଁଙ୍କୁ ଏପରି କରିଥିବା ଦେଖିବାକୁ ମିଳିଥିଲା। ରଣବୀର ଓ ଦୀପିକା ଆଗାମୀ ଦିନରେ ଲଭ ରଞ୍ଜନଙ୍କ ଆଗାମୀ ଚଳଚ୍ଚିତ୍ରରେ ଏକାଠି ଦେଖିବାକୁ ମିଳିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର