ମୁମ୍ବାଇ: ଗତ କିଛି ଦିନ ହେବ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣବୀର ସିଂହଙ୍କ ବୈବାହିକ ଜୀବନକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହେଉଛି। ଦମ୍ପତିଙ୍କ ମଧ୍ୟରେ ସବୁ କିଛି ପୂର୍ବ ପରି ଠିକ୍ ନାହିଁ ବୋଲି ଚର୍ଚ୍ଚା ହେଉଛି। ମାତ୍ର ଏସବୁ ଭିତ୍ତିହୀନ ବୋଲି ଜଣାପଡ଼ିଛି। ଏକ ଅଲୋଡା କାରଣକୁ ନେଇ ଏପରି କଳ୍ପନାଜଳ୍ପନା ହୋଇଥିବା ସ୍ପଷ୍ଟ ହୋଇଛି।
ଜୁଲାଇ ୬ ତାରିଖରେ ରଣବୀର ସିଂ ତାଙ୍କର ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ଅଭିନେତ୍ରୀ ଆଲିଆ ଭଟ୍ଟ, ଅନୁଷ୍କା ଶର୍ମା ଏବଂ ଅଭିନେତା ଅର୍ଜୁନ କପୁର ଆଦି ତାଙ୍କ ସହ ପୂର୍ବରୁ କାମ କରି ସାରିଥିବା ସହ-ତାରକାମାନେ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ। ହେଲେ ସର୍ବସାଧାରଣରେ ସ୍ବାମୀଙ୍କୁ ଶୁଭଚ୍ଛୋ ଜଣାଇ ନଥିଲେ ଦୀପିକା। ଯାହାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ଗୁଜବ ପ୍ରକାଶ ପାଇଥିଲା। ମାତ୍ର ଏବର୍ଷ ରଣବୀର ତାଙ୍କ ଜନ୍ମଦିନକୁ ପତ୍ନୀ ଦୀପିକା ପାଦୁକୋନଙ୍କ ସହ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଆଲିବାଗ ସହରରେ ପଳନ କରିଛନ୍ତି। ତାହାର ପ୍ରମାଣସ୍ବରୁପ ଏକ ଭିଡିଓ ଆମ ନିକଟରେ ରହିଛି।
View this post on Instagram
ରବିବାର ରାତିରେ ଏକ ଭାଇରାଲ ଭିଡିଓରେ ପତି-ପତ୍ନୀଙ୍କୁ ସାଥୀ ହୋଇ ବିମାନବନ୍ଦରରୁ ଆସୁଥିବାରୁ ଦେଖିବାକୁ ମିଳିଛି। ସେ ଦୁହେଁ ବିମାନବନ୍ଦରରୁ ଏକ କଳା କାରରେ ଫେରୁଥିବା ଦେଖିବାକୁ ମିଳିଥିଲା। ଭିଡିଓରେ ରଣବୀର ଆଗ ସିଟ୍ରେ ବସିଥିବା ବେଳେ ଦୀପିକା ପଛ ସିଟ୍ରେ ବସିଥିଲେ। ରଣବୀର ପଛକୁ ବୁଲି ପତ୍ନୀଙ୍କ ସହ କଥା ହେଉଥିବାର ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓଟି ଭାଇରାଲ୍ ହେବା ପରେ ସେମାନଙ୍କ ଛାଡ଼ପତ୍ରକୁ ନେଇ ଯେଉଁ ଗୁଜବ ପ୍ରଘଟ ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି।