ଦୀପିକା ଓ ରଣବୀରଙ୍କ ହିଟ୍‌ ଗୀତ ‘ଅଙ୍ଗ ଲଗା ଦେ’ର ଏମିତି ହୋଇଥିଲା ସୁଟିଂ

ମୁମ୍ବାଇ: କୋରିଓଗ୍ରାଫର ଟେରେନ୍ସ ଲୁଇସ୍‌ ନିଜ ନୃତ୍ୟ ସଂଯୋଜନା ପାଇଁ ଖୁବ୍‌ ପରିଚିତ। ତାଙ୍କ କୋରିଓଗ୍ରାଫକୁ ଲୋକମାନେ ଖୁବ୍‌ ପସନ୍ଦ କରି ଆସିଛନ୍ତି। ସଞ୍ଜୟଲୀଲା ଭନ୍‌ସାଲିଙ୍କ ସିନେମା ‘ଗଲିଓ କି ରାସ୍‌ଲୀଲା-ରାମ ଲୀଲା’ରେ ଅଭିନେତା ରଣବୀର ସିଂ ଓ ଦୀପିକା ପାଦୁକୋନ୍‌ଙ୍କ ଗୀତ ‘ଅଙ୍ଗ ଲଗା ଦେ’ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏହି ଗୀତକୁ ଟରେନ୍ସ ଲୁଇସ୍‌ କୋରିଓଗ୍ରାଫ କରିଥିଲେ। ତେବେ ଏହି ଗୀତର ସୁଟିଂ କେମିତି ହୋଇଥିଲା ସେ ନେଇ ଟରେନ୍ସ ନିକଟରେ ହୋଇଥିବା ଏକ କାର୍ଯ୍ୟକ୍ରମରେ କହିଛନ୍ତିି।

ଟରେନ୍ସଙ୍କ କହିବାନୁସାରେ, ସେ ସମୟରେ ରଣବୀର ଓ ଦୀପିକା ଦୁହେଁ ଦୁହିଁଙ୍କୁ ଡେଟ କରୁଥିଲେ। ତେଣୁ ଏହି ଗୀତଟିରେ ଦୁହିଁଙ୍କ ରୋମାନ୍ସ ପରଦାରେ ଖୁବ୍‌ ଜୀବନ୍ତ ଲାଗୁଛି। ସଂଜୟ ସାର୍‌ ସିନେମାର ପ୍ରତ୍ୟେକ ଦୃଶ୍ୟକୁ ଜୀବନ୍ତ ଭାବେ ଦେଖିବାକୁ ଚାହାନ୍ତି। ଏହି ଗୀତକୁ ନେଇ ସଞ୍ଜୟ ସାର୍‌ ମୋ ସହିତ ତିନିଥର ଅଲଗା କଷ୍ଟ୍ୟୁମ୍‌ରେ ସୁଟ କରି ସାରିଥିଲେ। କିନ୍ତୁ ଏହି ସୁଟ୍‌ରେ ସେ ସନ୍ତୁଷ୍ଟ ନଥିଲେ। ସେ ମୋତେ ରାତିରେ କଲ୍‌ କରି ଗୀତ ପାଇଁ କଷ୍ଟ୍ୟୁମ ଠିକ୍‌ ନଥିବା କଥା କହିଥିଲେ। ରଣବୀରଙ୍କ କଷ୍ଟ୍ୟୁମ ଭଲ ଲାଗୁଥିବା ବେଳେ ଦୀପିକାଙ୍କ କଷ୍ଟ୍ୟୁମ ଖାପ୍‌ଛଡା ଲାଗୁଛି। ତେଣୁ ପୂରା ଧଳା ପୋଷାକରେ ସେ ଏହାକୁ ସୁଟ କରିବାକୁ ଚାହୁଥିବା କହିବା ସହ ଦୀପିକାଙ୍କୁ ଏହି ଦୃଶ୍ୟରେ ବିନା ମେକ୍‌ଅପ୍‌ରେ ରହିବାର କଥା କହିଥିଲେ । ଦୀପିକା ବି ଏହାକୁ ଖୁବ୍‌ ସୁନ୍ଦର ଭାବେ ନିଭାଇ ଥିଲେ।

ସମ୍ବନ୍ଧିତ ଖବର