ବିଦେଶ ନ ଯାଇ ଭାରତର ଏହି ସ୍ଥାନରେ ଅତି ସାଧାରଣ ଭାବେ ବିବାହ ବାର୍ଷିକୀ ପାଳନ କରିବେ ଦୀପ୍-ବୀର, ସାଥୀରେ ରହିବ ପୂରା ପରିବାର

ମୁମ୍ବାଇ : ଗତ ବର୍ଷ ନଭେମ୍ବର ୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନେତ୍ରୀ ଦୀପିକା ପଦୁକୋନ୍ ଓ ଅଭିନେତା ରଣବୀର ସିଂହ। ଆସନ୍ତା ନଭେମ୍ବର ୧୪ରେ ଦୁହିଁଙ୍କ ବିବାହକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ଏହି ଦିନଟିକୁ ଖାସ୍ କରିବା ପାଇଁ ଖାସ୍ ଯୋଜନା କରିଛନ୍ତି ଦୁଇ କଳାକାର। ବିଦେଶ ନ ଯାଇ ବା କୌଣସି ଭ‌ୋଜିର ଆୟୋଜନ ନ କରି ଦୁହେଁ ପରିବାର ସହ ଅତି ସାଧାରଣ ଭାବରେ ଏହି ଦିନଟିକୁ ପାଳନ କରିବେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତାକାଲି ଦୁହେଁ ପରିବାର ସହ ପ୍ରଥମେ ତିରୁପତି ଓ ପରେ ଅମ୍ରିତସର ଯାଇ ଭଗବାନଙ୍କ ଆଶୀର୍ବାଦ ନେବେ ବୋଲି ସୂଚନା ମିଳିଛି।

ପ୍ରଥମେ ଦୁହେଁ ତିରୁପତିରେ ଥିବା ବାଲାଜୀ ଓ ପଦ୍ମାବତୀ ମନ୍ଦିର ଯାଇ ଦର୍ଶନ କରିବା ସହ ପରେ ଅମ୍ରିତସର ଯିବେ। ନଭେମ୍ବର ୧୫ରେ ଦୁହେଁ ଅମ୍ରିତସରର ଗୋଲଡେନ୍ ଟେମ୍ପୁଲରେ ଦର୍ଶନ ସାରି ମୁମ୍ବାଇ ଫେରିବେ ବୋଲି ସୂଚନା ରହିଛି।

Deepika Padukone
indiatimes.com

ସୂଚନା ମୁତାବକ, ଗତ ବର୍ଷ ନଭେମ୍ବର ୧୪ରେ ଇଟାଲୀର ଲେକ୍ କୋମୋରେ ବିବାହ କରିଥିଲେ ଅଭିନେତ୍ରୀ ଦୀପିକା ପଦୁକୋନ୍ ଓ ଅଭିନେତା ରଣବୀର ସିଂହ। ପରେ ଭାରତ ଫେରି ଦୁହେଁ ପରିବାର ଓ ଇଣ୍ଡଷ୍ଟ୍ରିର ବନ୍ଧୁମାନଙ୍କ ପାଇଁ ବିବାହ ଭୋଜିର ଆୟୋଜନ କରିଥିଲେ।

ସମ୍ବନ୍ଧିତ ଖବର