ଏହି କାରଣ ପାଇଁ ରଣବୀରଙ୍କ ସହ ୩ଟି ଫିଲ୍ମ କରିବା ପାଇଁ ମନା କଲେ ଦୀପିକା

ମୁମ୍ବାଇ: ପରସ୍ପର ସହ କାମ କରି ଫିଲ୍ମକୁ ବ୍ଲକବଷ୍ଟର କରିଛନ୍ତି ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ। ଦୁହିଁଙ୍କ ଯୋଡ଼ିକୁ ଲୋକେ ପରଦା ଉପରେ ପସନ୍ଦ କରିବା ସହ ଅସଲ ଜୀବନରେ ମଧ୍ୟ ଦୁହିଁଙ୍କ ଯୋଡ଼ିକୁ ସେମାନଙ୍କ ପ୍ରଶଂସକ ପସନ୍ଦ କରିଛନ୍ତି। ତେବେ ସାଥୀରେ ଫିଲ୍ମ କରିବା ପରେ ଫିଲ୍ମଟି ବ୍ଲକବଷ୍ଟର ହେଉଥିବା ଜାଣି ମଧ୍ୟ ଦୀପିକା ରଣବୀରଙ୍କ ସହ ଫିଲ୍ମ କରିବାକୁ ଚାହୁଁନଥିବା ଜଣା ପଡ଼ିଛି।

Image result for deepika-padukone-refused-to-do-3-films-with-ranveer-singh-report
Koimoi

ସୂଚନା ମୁତାବକ, ଗୋଲିୟୋଁ କି ରାସଲୀଲା ରାମଲୀଲା, ବାଜିରାଓ ମସ୍ତାନୀ ଓ ପଦ୍ମାବତରେ ଦୁହେଁ କାମ କରିଥିଲେ। ଏହି ୩ଟି ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଇଥିଲା। କିନ୍ତୁ ଏବେ ତାଙ୍କୁ ସାଥିୀରେ କାମ କରିବା ପାଇଁ ୩ଟି ଫିଲ୍ମ ଅଫର କରାଯାଇଥିଲେ ମଧ୍ୟ ଦୀପିକା ରଣବୀରଙ୍କ ସହ କାମ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି। ଦୀପିକା ନିଜର ଯୋଡ଼ିକୁ ପରଦାରେ ବେଶୀ ଦେଖାଇବାକୁ ଚାହୁଁ ନଥିବାରୁ ଫିଲ୍ମ କରିବା ପାଇଁ ମନା କରିଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର