‘ଗର୍ଭବତୀ ଅଛନ୍ତି କି’? ପ୍ରଶ୍ନରେ ରାଗିଯାଇ କି ଉତ୍ତର ଦେଲେ ଦୀପିକା !… ଜାଣନ୍ତୁ

ମୁମ୍ବାଇ: ଫିଲ୍ମ ଛପାକକୁ ନେଇ ଏବେ ବ୍ୟସ୍ତ ରହିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। କିଛି ଦିନ ମଧ୍ୟରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଏବେ ଫିଲ୍ମର ପ୍ରମୋସନ କରିବାରେ ଲାଗି ପଡ଼ିଛନ୍ତି ଦୀପିକା। ବିଭିନ୍ନ ରିୟାଲିଟି ସୋ’କୁ ଯାଇ  ଦୀପିକା ଏବେ ନିଜ ଫିଲ୍ମର ପ୍ରମୋସନ କରୁଥିବା ବେଳେ ଫିଲ୍ମ ଛପାକରେ ଥିବା ତାଙ୍କ ଚରିତ୍ରକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି।

Related image
thesamikhsya.com

ତେବେ ଏ ମଧ୍ୟରେ ମା’ ବନିବାର ଯୋଜନାକୁ ନେଇ ସାକ୍ଷାତକାରରେ ଦୀପିକା ଯେଉଁଭଳି ଭାବରେ ପ୍ରତିକ୍ରିୟା ରଖିଛନ୍ତି, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନା ମୁତାବକ, ଏକ ସାକ୍ଷାତକାରରେ ଜଣେ ସାମ୍ବାଦିକ ଦୀପିକାଙ୍କୁ ଗର୍ଭବତୀ ଥିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଦୀପିକା କହିଥିଲେ କି, ମୁଁ କ’ଣ ତୁମକୁ ଗର୍ଭବତୀ ଥିବା ଭଳି ଦେଖାଯାଉଛି କି? ଯେତେବେଳେ ମୁଁ ଏ ନେଇ ଯୋଜନା କରିବି, ସେତେବେଳେ ଆପଣଙ୍କୁ ପ୍ରଥମେ ପଚାରିବି। ଯଦି ଆପଣ ଅନୁମତି ଦେବେ, ତାହେଲେ ଯାଇ ମୁଁ ଗର୍ଭବତୀ ହେବା ନେଇ ଯୋଜନା କରିବି।

ସମ୍ବନ୍ଧିତ ଖବର