ରାଜନୀତିରେ ଯୋଗ ଦେବେ କି ଦୀପିକା ପାଦୁକୋନ୍‌? ଏହି ବିଭାଗର ମନ୍ତ୍ରୀ ହୋଇ ଦାୟିତ୍ୱ ତୁଲାଇବା ପାଇଁ ଜାହିର କଲେ ଇଚ୍ଛା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଏବେ ନିଜର ଉଭୟ ବ୍ୟକ୍ତିଗତ ଏବଂ ପେସାଦାର ଜୀବନକୁ ନେଇ ଚର୍ଚ୍ଚାରେ ରହିଛି । ଗତ ବର୍ଷ ନଭେମ୍ବରରେ ସେ ଅଭିନେତା ରଣବୀର ସିଂହଙ୍କୁ ବିବାହ କରି ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ଏବେ ରାଜନୀତିରେ ପ୍ରବେଶ କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛିା

The Guardian

ସୂଚନା ମୁତାବକ, ଫେବୃଆରୀ ୨୦ରେ ଲୋକମ୍‌ ମହାରାଷ୍ଟ୍ରୀୟନ ଅଫ୍‌ ଦ ଇୟର ୨୦୧୯ର ଆୟୋଜନ କରାଯାଇଥିଲା । ଯେଉଁଠି ଦୀପିକାଙ୍କୁ ସମ୍ମାନିତ କରାଯିବା ସହ ରାଜନୀତିରେ ଯୋଗ ଦେବା ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତର ରଖି, ମୋର ରାଜନୀତି ବିଷୟରେ ଏତେ ଜ୍ଞାନ ନାହିଁ । କିନ୍ତୁ ଯଦି ମୋତେ ସୁଯୋଗ ମିଳେ ତେବେ ମୁଁ ସ୍ୱଚ୍ଛ ଭାରତର ମନ୍ତ୍ରୀ ହେବାକୁ ଚାହିଁବି । କାରଣ ମୋତେ ଘର ସହ ପରିବେଶକୁ ପରିଷ୍କାର ରଖିବାକୁ ଭଲ ଲାଗେ ବୋଲି କହିଥିଲେ ଦୀପିକା ।

ସମ୍ବନ୍ଧିତ ଖବର