ଦୀପିକାଙ୍କ ଆଲ୍ମାରୀରୁ ଏହି ଜିନିଷ ଉଧାର ନିଅନ୍ତି ରଣବୀର
ମୁମ୍ବାଇ : ପରସ୍ପରକୁ କିଛି ବର୍ଷ ଡେଟ୍ କରିବା ପରେ ନଭେମ୍ବର ୨୦୧୮ରେ ବିବାହ କରିଥିଲେ ବଲିଉଡ୍ର ବାଜିରାଓ ମସ୍ତାନି । ବିବାହ ପରେ ଅନେକ ସମୟରେ ଦୁହେଁ ଦୁହିଁଙ୍କୁ ପ୍ରଂଶସା କରୁଥିବାର ଦେଖା ଯାଇଛି । ଭାଲେଣ୍ଟାଇନ୍ ଡେ’ ଆଗକୁ ଥିବା ବେଳେ ଏ ନେଇ ସେମାନେ କିଛି ଖାସ୍ ଯୋଜନା କରିଥିବାର ସୂଚନା ମିଳିଛି । ରଣବୀରଙ୍କ ଆଗାମୀ ଫିଲ୍ମ ‘ଗଲି ବଏ’ ଦେଖି ଦୁହେଁ ଚଳିତ ବର୍ଷର ଭାଲେଣ୍ଟାଇନ୍ ଡେ’ ପାଳନ କରିବେ ବୋଲି ଜଣାପଡ଼ିଛି । ଏବେ ଏତେ ସବୁ ଚର୍ଚ୍ଚା ମଧ୍ୟରେ ରଣବୀର ଦୀପିକାଙ୍କ ଆଲ୍ମାରୀରୁ କ’ଣ ଧାର୍ ନେଇଥାନ୍ତି, ସେ ବିଷୟରେ ଦୀପିକା ଜଣାଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଗ୍ଲାମର ଆଣ୍ଡ ଷ୍ଟାଇଲ ଆଓ୍ଵାର୍ଡରେ ଦୀପିକାଙ୍କୁ ରଣବୀରଙ୍କ ପୋଷାକ ଚୟନକୁ ନେଇ ପଚରା ଯାଇଥିଲା ।ଏହାର ଉତ୍ତରରେ ସେ କହିଥିଲେ, ମୋତେ ଲାଗୁଛି କି ସେ ଜାଣି ଜାଣି ଏପରି କରନ୍ତି । ଆମେ ଦୁହେଁ ପରସ୍ପରର ଜିନିଷ ବ୍ୟବହାର କରିଥାଉ । ମୁଁ ତାଙ୍କ ଆଲ୍ମାରୀରୁ ଟି-ସାର୍ଟ ଏବଂ ସ୍ୱେଟ୍ ସାର୍ଟ ନେଇଥାଏ ଏବଂ ସେ ମୋ ଆଲମାରୀରୁ ସନ୍ଗ୍ଲାସ ନେଇଥାନ୍ତି ବୋଲି କହିଥିଲେ ଦୀପିକା ।