ନିର୍ବନ୍ଧଙ୍କୁ ନେଇ ଏତେ ବଡ଼ ସତ ଲୁଚାଇ ରଖିଥିଲେ ଦୀପ୍‌-ବୀର, ବିବାହ ପରେ ହେଲା ଖୁଲାସା

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ଦୀପ୍‌-ବୀର ଚଳିତ ବର୍ଷ ନଭେମ୍ବର ୧୪-୧୫ରେ ଆନୁଷ୍ଠାନିକ ଭାବରେ ବିବାହ କରିଥିଲେ । ଇଟାଲୀରେ ଥିବା ଲେକ୍‌ କୋମୋରେ ଦୁହେଁ ବିବାହ କରିଥିବା ବେଳେ କୋଙ୍କଣୀ ଏବଂ ସିନ୍ଧି ରୀତିନୀତିରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ବିବାହ ପୂର୍ବରୁ ଦୁହେଁ ଚଳିତ ବର୍ଷ ଆରମ୍ଭରୁ ହିଁ ନିର୍ବନ୍ଧ କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ତାହା ମିଛ ବୋଲି ଜଣାପଡ଼ିଛି ।

The News Minute

ସତ କ’ଣ ତାହା ନିଜେ ଦୀପିକା ଏବେ ସମସ୍ତଙ୍କୁ ଜଣାଇଛନ୍ତି । ଚଳିତ ବର୍ଷ ନୁହେଁ ୪ ବର୍ଷ ପୂର୍ବରୁ ଦୁହିଁଙ୍କ ନିର୍ବନ୍ଧ ସରିଥିଲା ବୋଲି ଦୀପିକା ଫିଲ୍ମଫେୟାରକୁ ଦେଇଥିବା ସାକ୍ଷାତକାରେ ଜଣାଇଥିଲେ । କିନ୍ତୁ ଏ ବିଷୟରେ କାହାକୁ ଜଣାଇ ନଥିଲେ । ୨୦୧୬ରେ ଦୁହେଁ ନିର୍ବନ୍ଧ କରି ସାରିଥିବାର ଚର୍ଚ୍ଚା ହୋଇଥିଲେ ମଧ୍ୟ ଦୀପ୍‌-ବୀର ଏ ନେଇ କୌଣସି ମତ ରଖି ନ ଥିଲେ । ଯାହା ଏବେ ବିବାହ ପରେ ସାମ୍ନାକୁ ଆସିଛି । ସତ ସାମ୍ନାକୁ ଆସିବା ପରେ ଦୁହିଁଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ସମ୍ବନ୍ଧିତ ଖବର