ଫିଲ୍ମ ‘୮୩’ରେ ରଣବୀର ସିଂହଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ୍‌

ମୁମ୍ବାଇ : କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା କି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ନିର୍ଦ୍ଦେଶକ କବୀର ସିଂହଙ୍କ ଫିଲ୍ମ ‘୮୩’ରେ ନଜର ଆସି ପାରନ୍ତି । ଏହି ଫିଲ୍ମରେ ଦୀପିକା ରଣବୀରଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ସେହି ଚର୍ଚ୍ଚା ସତ ପ୍ରମାଣ ହୋଇଛି । ଟାଇମ୍ସ ଅଫ୍‌ ଇଣ୍ଡିଆକୁ ସାକ୍ଷାତକାର ଦେଇ ଦୀପିକା ଏହି ଖବରକୁ ସ୍ପଷ୍ଟ କରିଛନ୍ତି ।

Hindustan Times

ଫିଲ୍ମ ୮୩ରେ ସେ କପିଲ ଦେବଙ୍କ ପତ୍ନୀ ରୋମି ଭାଟିଆଙ୍କ ଚରିତ୍ରରେ ନଜର ଆସିବେ ବୋଲି କହିଛନ୍ତି ଦୀପିକା । ଏହା ସହ ରୋମି ଭାଟିଆଙ୍କୁ ଭଲ ଭାବରେ ଜାଣିବା ପାଇଁ ତାଙ୍କ ସହ ଖୁବ୍‌ ଶୀଘ୍ର ସମୟ ବିତାଇବେ ବୋଲି ଜଣା ପଡ଼ିଛି । ଫିଲ୍ମରେ କପିଲ ଦେବଙ୍କ ଚରିତ୍ରରେ ରଣବୀର ସିଂହ ନଜର ଆସୁଥିବା ବେଳେ ରଣବୀରଙ୍କ ବଦଳରେ ଆଉ ଯିଏ ବି ହିରୋ ହୋଇଥିଲେ ମୁଁ ରୋମିଙ୍କ ଚରିତ୍ର ନିଶ୍ଚୟ କରିଥାନ୍ତି ବୋଲି କହିଛନ୍ତି ଦୀପିକା ।

ସମ୍ବନ୍ଧିତ ଖବର