ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନଙ୍କ ରୋଜଗାର ବିଷୟରେ ଅଳ୍ପବହୁତ ପ୍ରାୟ ସମସ୍ତଙ୍କୁ ଜଣା। ମାତ୍ର ସେମାନଙ୍କ ଅଙ୍ଗରକ୍ଷୀମାନେ କେବେ ଟଙ୍କ‌ା ରୋଜଗାର କରନ୍ତି ଆପଣ ଜାଣିଛନ୍ତି କି? ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଦୃଷ୍ଟିରୁ ସେମାନଙ୍କୁ ସବୁ ସମୟରେ ସବୁ ସ୍ଥାନରେ ଅଙ୍ଗରକ୍ଷୀମାନେ ଜଗି ରହିଥାନ୍ତି। ଏଥିପାଇଁ ଅଙ୍ଗରକ୍ଷୀମାନଙ୍କୁ ମାସିକ ଦରମା ମଧ୍ୟ ମିଳିଥାଏ।

Advertisment

ଆପଣ ଜାଣନ୍ତି ଯେ କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ଅଙ୍ଗରକ୍ଷୀ ହେଉଛନ୍ତି ରବି ସିଂହ। ରିପୋର୍ଟରୁ ଜ‌ାଣିବାକୁ ମିଳିଛି ଯେ ସେ ବାର୍ଷିକ ୨.୭ କୋଟି ଟଙ୍କା ରୋଜଗାର କରନ୍ତି। ବଲିଉଡ୍‌ ଷ୍ଟାର୍‌ମାନଙ୍କ ଅଙ୍ଗରକ୍ଷୀମାନଙ୍କ ମଧ୍ୟରୁ ସେ ହେଉଛନ୍ତି ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି।

ସଲ୍‌ମାନ ଖାନ୍‌ଙ୍କ ଅଙ୍ଗରକ୍ଷୀ ସେରାଙ୍କୁ ଆପଣ ନିଶ୍ଚୟ ଜାଣନ୍ତି। ତାଙ୍କୁ ଭାଇଜାନ୍‌ଙ୍କ ଫିଲ୍ମ ‘ବଡିଗାର୍ଡ’ରେ ବି ଦେଖିବାକୁ ମିଳିଥିଲା। ସେ ବାର୍ଷିକ ପ୍ରାୟ ୨ କୋଟି ଟଙ୍କା ରୋଜଗାର କରୁଛନ୍ତି।

ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଙ୍ଗରକ୍ଷୀ ହେଉଛନ୍ତି ଜଲାଲ୍‌। ସେ ଅନେକ ବର୍ଷ ହେବ ‘ପଦ୍ମାବତ୍’ ନାୟିକାଙ୍କ ସହ ଯୋଡ଼ି ହୋଇ ରହିଥିବା ବେଳେ ତାଙ୍କର ବାର୍ଷିକ ରୋଜଗାର ୧.୨ କୋଟି ବୋଲି ସୂଚନା ରହିଛି।

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କ କ୍ରିକେଟର୍‌ ସ୍ବାମୀ ବିରାଟ କୋହଲିଙ୍କ ଅଙ୍ଗରକ୍ଷୀ ହେଉଛନ୍ତି ସୋନୁ ଓରଫ୍ ପ୍ରକାଶ ସିଂହ। ତାଙ୍କର ବାର୍ଷିକ ରୋଜଗାର‌ ହେଉଛି ୧.୨ କୋଟି ଟଙ୍କା।

ଅଭିନେତା ଅକ୍ଷୟ କୁମାରଙ୍କ ଅଙ୍ଗରକ୍ଷୀ ଶେୟାସେ ଥାଲେ ମଧ୍ୟ ବର୍ଷରୁ ପ୍ରାୟ ୧.୨ କୋଟି ଟଙ୍କା ରୋଜଗାର କରନ୍ତି ଓ ସେହିପରି ଆମୀର ଖାନ୍‌ଙ୍କ ଅଙ୍ଗରକ୍ଷୀ ଯୁବରାଜ ଘୋଡ଼ପଡ଼େ ଆୟ କରନ୍ତି ୨ କୋଟି ଟଙ୍କ‌ା।