ସ୍କୁଲ୍‌ ବେଳ ଫଟୋ ସେୟାର କରି ଦୀପିକାଙ୍କ ମାତୃଦିବସ ଶୁଭେଚ୍ଛା

ସ୍କୁଲ୍‌ ବେଳର ଏକ ପୁରୁଣା ଫଟୋ ସେୟାର କରି ମାତୃ ଦିବସରେ ମା’ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦୀପିକା ପାଦୁକୋନ। ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଥିବା ଦୀପିକା, ନିଜ ଫଟୋ ସହ ମା’ ଉଜ୍ଜାଲା ପାଦୁକୋନ ଓ ଶାଶୂ ମା’ ଅଞ୍ଜୁ ଭବନାନୀଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ବାର୍ତା ଲେଖିଛନ୍ତି। ସ୍କୁଲ୍‌ ପୋଷାକରେ ଦୀପିକା ନିଜର ମେଡାଲ ଓ ସାର୍ଟିଫିକେଟ୍‌ ଦେଖାଇବା ସହ ଲେଖିଛନ୍ତି, ମା’ ନିଃସର୍ତ ଭଲ ପାଇବା ପାଇଁ ତୁମକୁ ଧନ୍ୟବାଦ। ସବୁବେଳେ ପ୍ରତିଟି ଚରଣରେ ଆମର ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ଆସିଥିବାରୁ ତୁମ ପ୍ରତି ମୋ’ର ଭଲ ପାଇବା ବ୍ୟକ୍ତ କରୁଛି। ସୂଚନାଯୋଗ୍ୟ ଯେ ଦୀପିକା ଶକୁନ ବାତ୍ରାଙ୍କ ଦ୍ବାରା ନିର୍ମାଣ ହେବାକୁ ଯାଉଥିବା ଚଳଚ୍ଚିତ୍ରରେ ଅନନ୍ୟା ପାଣ୍ଡେ ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଦେଖାଦେବେ। ଏଥିସହ ‘୮୩’ ମଧ୍ୟ ମୁକ୍ତିଲାଭ ଅପେକ୍ଷାରେ ରହିଛି।

ସମ୍ବନ୍ଧିତ ଖବର