‘ଇର୍‌ଫାନ ତୁମେ ଫେରିଆସ’

ଅଭିନେତା ଇର୍‌ଫାନ ଖାନ୍‌ ଯେ କେବଳ ସେମାନଙ୍କ ପ୍ରଶଂସକଙ୍କ ପ୍ରିୟ ଥିଲେ ତାହା ନୁହେଁ, ବରଂ ଅନେକ କଳାକାର ମଧ୍ୟ ତାଙ୍କ ଅଭିନୟ ଓ ବ୍ୟକ୍ତିତ୍ବକୁ ଭଲ ପାଉଥିଲେ। ଅଭିନେତ୍ରୀ ଦୀପିକା ପାଦୁକୋନ ୨୦୧୫ ମସିହାର ‘ପିକୁ’ ଚଳଚ୍ଚିତ୍ରର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି। ସେଥିରେ ଇର୍‌ଫାନ ଓ ଦୀପିକା ଟେନିସ୍‌ ଖେଳୁଛନ୍ତି। ସେ ଏହି ଭିଡିଓ କ୍ୟାପ୍ସନରେ ଲେଖିଛନ୍ତି, ଦୟା କରି ଫେରିଆସ। ଏଥିସହ ଏକ ଫଟୋ ସେୟାର କରି ‘ଲମହେ ଗୁଜର ଗୟେ… ଗୀତଟି ସମର୍ପିତ କରିଛନ୍ତି। ମୋ ପ୍ରିୟ ବନ୍ଧୁ ତୁମ ଆତ୍ମାର ସଦଗତି ପ୍ରାପ୍ତ ହେଉ ବୋଲି ଉଲ୍ଲେଖ କରିଛନ୍ତି। ପିକୁରେ ଅମିତାଭ ବଚ୍ଚନ ଦୀପିକାଙ୍କ ବାପାଙ୍କ ଭୂମିକାରେ ଅଭିନୟ କରିଥିବା ବ‌େଳେ ରାଣା ଚୌଧୁରୀ ଚରିତ୍ରରେ ଦୀପିକାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଇର୍‌ଫାନ।

ସମ୍ବନ୍ଧିତ ଖବର