ଇନଷ୍ଟା ଓ ଟୁଇଟକୁ ଡିଲିଟ୍ କରିବା ପରେ ପୁଣି ସକ୍ରିୟ ହୋଇ ଦୀପିକା କହିଲେ ଏଭଳି କଥା

ମୁମ୍ବାଇ: ନୂଆ ବର୍ଷରେ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ନିରାଶ କରି ଦେଇଥିଲେ। ସେ କିଛି ସମୟ ମଧ୍ୟରେ ତାଙ୍କର ଇନଷ୍ଟା ପୋଷ୍ଟ ଓ ଟୁଇଟକୁ ଡିଲିଟ ଦେଇଥିଲେ। ନୂଆବର୍ଷରେ ଦୀପିକାଙ୍କ ଏଭଳି ପଦକ୍ଷେପକୁ ଦେଖି ତାଙ୍କର ସମସ୍ତ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେଉଁ ସେଲିବ୍ରିଟି ସୋସିଆଲ ମିଡିଆରେ ଏତେ ସକ୍ରିୟ ରହନ୍ତି, ଯାହାଙ୍କ କୋଟିକୋଟି ପ୍ରଶଂସକ ସେ ପୁଣି ତାଙ୍କ ଇନଷ୍ଟା ଓ ଟୁଇଟକୁ ଡିଲିଟି କଲେ କାହିଁକି ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଥିଲା।

 

After deleting all her social media posts, Deepika Padukone shares her 'thoughts and feelings' through her audio diary on New Year's Day : Bollywood News - Bollywood Hungama - Go Travel Blogger

ଏହାରି ଭିତରେ ଦୀପିକା ପାଦୁକୋନ ପୁଣିଥରେ ସୋସିଆଲ ମିଡିଆରେ ସକ୍ରିୟ ହୋଇଛନ୍ତି। ନୂଆ ବର୍ଷ ଅବସରରେ ସେ ଉଭୟ ଟୁଇଟର ଓ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ ୩୦ ସେକେଣ୍ଡର ଅଡିଓ ସେୟାର କରିଛନ୍ତି। ଅଡିଓରେ ଦୀପିକା ସମସ୍ତଙ୍କୁ ନୂଆ ବର୍ଷ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ସେ ଏହି ଭିଡି‌ଓରେ କହୁଛନ୍ତି, ଆପଣ ସମସ୍ତଙ୍କୁ ମୋର ଅଡିଓ ଡାଏରୀକୁ ସ୍ୱାଗତ। ଯେଉଁଠାରେ ମୁଁ ମୋର ଚିନ୍ତାଧାରା ଆପଣଙ୍କ ସାମ୍ନାରେ ରଖିବି । ଆପଣ ସମସ୍ତେ ମାନିବେ କି ୨୦୨୦ ବର୍ଷ ଅନିଶ୍ଚିତତାରେ ପରିପୂର୍ଣ୍ଣ ଥିଲା । କିନ୍ତୁ ମୋ ପାଇଁ ଏହି ବର୍ଷ ବହୁତ କିଛି ଶିଖାଇଛି।

ଦୀପିକା କହିଛନ୍ତି, ୨୦୨୦ ମଧ୍ୟ ମୋ ପାଇଁ କୃତଜ୍ଞତାର ବର୍ଷ ଥିଲା । ବର୍ତ୍ତମାନ ୨୦୨୧ ପାଇଁ ମୁଁ କେବଳ କହିପାରେ ଯେ ଆପଣ ସମସ୍ତେ ସୁସ୍ଥ ଏବଂ ମାନସିକସ୍ତରରେ ଶାନ୍ତିରେ ରୁହନ୍ତୁ । ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ।

ସମ୍ବନ୍ଧିତ ଖବର