ପ୍ରଥମ ଦେଖାରେ ଦୀପିକାଙ୍କୁ ଖାଇବାକୁ ଦେଇନଥିଲେ ଅମିର

ଦୀପିକା ପାଦୁକୋନ ନିଜର ପିଲାଦିନ କଥାର ସ୍ମୃତିଚାରଣ କରୁଥିବା ବେଳେ ଏ ସମ୍ପର୍କିତ ପୁରୁଣା ଫଟୋ ସବୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ନିକଟରେ ଅମିର ଖାନ୍‌ଙ୍କୁ ପ୍ରଥମ ଭେଟ ହେବାର ‌ଫଟୋ ସେୟାର କରିଛନ୍ତି। ଦୀପିକା ଇନଷ୍ଟାଗ୍ରାମରେ ଏହାକୁ ସେୟାର କରି ଲେଖିଛନ୍ତି, ଏହା ଫଟୋଟି ୨୦୦୦ ମସିହା ଜାନୁଆରି ୧ ତାରିଖର। ମୁଁ ସେତେବଳେ ୧୩ ବର୍ଷର ହୋଇଥାଏ। ସେଦିନ ଅମିର ଖାନ୍‌ ଦହି ଭାତ ଖାଉଥିଲେ। ସେଇ ସମୟରେ ମତେ ବି ଭୋକ ‌ଲାଗୁଥିଲା, କିନ୍ତୁ ସେ ମତେ ଖାଇବାକୁ କହିଲେନି କି ମୁଁ ବି କିଛି କହିପାରିଲି ନାହିଁ। ଫଟୋରେ ଦୀପିକାଙ୍କ ସହ ତାଙ୍କ ବାପା ପ୍ରକାଶ ପାଦୁକୋନ, ମା’ ଉଜ୍ଜାଲା ଓ ସାନ ଭଉଣୀ ଅନିଶା ମଧ୍ୟ ବସିଥିଲେ। ନୂଆବର୍ଷରେ ଏହି ଫଟୋଟି ଉଠା ଯାଇଥିବା ବ‌େଳେ ଏହି ‌ଫଟୋରେ ଅମିର ଯେଉଁ ଲୁକ୍‌ରେ ଦେଖାଯାଇଛନ୍ତି ସେ ସେଇ ଚେହେରାରେ ଦିଲ୍‌ ଚାହତା ହୈ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲେ। ଏହି ଫଟୋଟି ୫.୫ ଲକ୍ଷ ଲୋକ ଏକ ଘଣ୍ଟାରେ ପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର