ମୁମ୍ବାଇ: ପିଲାଦିନର ସ୍ମୃତି ସବୁକୁ ତାଜା କରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ତାଙ୍କ ସ୍କୁଲ୍‌ ବେଳର ରିପୋର୍ଟ କାର୍ଡକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି। ସେଥିରେ ଦୀପିକାଙ୍କ ସଂପର୍କରେ ତାଙ୍କ ଶିକ୍ଷକ ଯାହା ଲେଖିଛନ୍ତି ଦେଖିବାକୁ ମିଳିଛି।

Advertisment
View this post on Instagram

Oh!🤷🏽‍♀️

A post shared by Deepika Padukone (@deepikapadukone) on

ତାଙ୍କର ଏକ ରିପୋର୍ଟ କାର୍ଡରେ ଶିକ୍ଷକ ଲେଖିଛନ୍ତି ‘ଦୀପିକା ଭାରି ଗପୁରୀ’। ଏହାକୁ ସମର୍ଥନ କରି ଦୀପିକାଙ୍କ ସ୍ୱାମୀ ରଣବୀର ସିଂହ ଲେଖିଛନ୍ତି, ‘ସତ କଥା ସେ ଜଣେ ଅସୁବିଧା ସୃଷ୍ଟିକାରୀ ମଧ୍ୟ’। ଅଭିନେତା ଆୟୁଷ୍ମାନ ଖୁରାନା ବି ଦୀପିକାଙ୍କ ପୋଷ୍ଟ୍‍ରେ ଏକ ହାର୍ଟ ଇମୋଜି କମେଣ୍ଟ୍‌ ଦେଇଛନ୍ତି।

View this post on Instagram

Hmmmmm...🤔

A post shared by Deepika Padukone (@deepikapadukone) on

ଦ୍ୱିତୀୟ ରିପୋର୍ଟ କାର୍ଡରେ ଶିକ୍ଷକ ଲେଖିଛନ୍ତି, ‘ଦୀପିକା ଦିଆଯାଉଥିବା ସୂଚନାକୁ ଅନୁକରଣ କରିବା ଉଚିତ।’ ତାହାର ଉତ୍ତରରେ ରଣବୀର ଲେଖିଛନ୍ତି, ‘ହିଁ ମୁଁ ବି ଏଥିରେ ଏକମତ’।

View this post on Instagram

Really!?!?😲

A post shared by Deepika Padukone (@deepikapadukone) on

ତୃତୀୟ ରିପୋର୍ଟ କାର୍ଡରେ ଲେଖାଯାଇଛି, ‘ଦୀପିକା ଦିବା ସ୍ୱପ୍ନ ଦେଖନ୍ତି।’ ଏହାର ଉତ୍ତର ଦେଇ ରଣବୀର ଲେଖିଛନ୍ତି, ‘ବାଦଲ ମୁଣ୍ଡରେ ବସି ଏପରି ସ୍ୱପ୍ନ ଦେଖନ୍ତି।’