ଭିଡ଼ ଭିତରୁ ଦୀପିକାଙ୍କ ବ୍ୟାଗ୍‌କୁ ଭିଡ଼ି ଧରିଲେ ମହିଳା, ତାପରେ…

ମୁମ୍ବାଇ: ଗୁରୁବାର ରାତିରେ ମୁମ୍ବାଇର ଏକ ଭୋଜନାଳୟରୁ ବାହାରିବା ପରେ ଏକ ଭିଡ଼ ମଧ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଗତକାଲି ଭୋଜନାଳୟରୁ ବାହାରିବା ବେଳେ ପ୍ରଶଂସକମାନେ ତାଙ୍କୁ ଘେରି ଯାଇଥିଲେ। ସେଥି ମଧ୍ୟରେ ଜଣେ ମହିଳା ଦୀପିକାଙ୍କ ବ୍ୟାଗ୍‌କୁ ଜୋର୍‌ କରି ଟାଣି ଧରିଥିଲେ। ମହିଳା ଜଣକ ଟିସୁ ପେପର୍‌ ବିକାଳି ଥିଲେ। ଦୀପିକାଙ୍କୁ ତାଙ୍କ ଟିସୁ କିଣିବାକୁ ନିବେଦନ କରି ମହିଳା ଜଣକ ଖୁବ୍ ଜୋର୍‌ରେ ତାଙ୍କ ବ୍ୟାଗକୁ ଭିଡ଼ି ଧରିଥିଲେ।

 

 

View this post on Instagram

 

A post shared by Viral Bhayani (@viralbhayani)

ଅଭିନେତ୍ରୀଙ୍କୁ ସୁରକ୍ଷା ଯୋଗାଉଥିବା ଦଳ ଭିଡ଼ ଭିତରକୁ ଆସି ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲେ। ମାତ୍ର ପୂରା ଘଟଣା ପରେ ବି ଦୀପିକା ଏକ୍‌ଦମ୍‌ ଶାନ୍ତ ରହିଥିଲେ। ଶେଷରେ ସେ ଏକ ସୁନ୍ଦର ହସ ଦେଇ ତାଙ୍କ ଗାଡ଼ିରେ ବସି ପ୍ରଶଂସକଙ୍କ ନିକଟରୁ ବିଦାୟ ନେଇଥିଲେ।

ସେହି ସମୟର ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଦୀପିକା ଆରମ୍ଭରୁ ବେଶ୍‌ ଶାନ୍ତ ରହିଥିଲେ। ମାତ୍ର ମହିଳା ଜଣକ ତାଙ୍କ ବ୍ୟାଗ୍‌କୁ ଭିଡ଼ିବାରୁ ସେ ସାମାନ୍ୟ ଚିନ୍ତିତ ହୋଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର