ମୁମ୍ବାଇ: ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ ପୁଣି ଥରେ ଚର୍ଚ୍ଚାରେ। ସବୁବେଳେ ନିଜ ଫିଲ୍ମ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଦୀପିକା ଏବେ ଏକ ବିଜ୍ଞାପନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ଯେଉଁ ପ୍ରଡକ୍ଟର ବିଜ୍ଞାପନ କରିଛନ୍ତି, ତାହାର ଦାମକୁ ନେଇ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଇନଷ୍ଟାଗ୍ରାମରେ ଦୀପିକାଙ୍କ ଏକ ଭିଡିଓ ପୋଷ୍ଟ କରାଯାଇଛି, ଯେଉଁଥିରେ ସେ ଏକ ଫେସ କ୍ରିମ୍ ଲଗାଉଥିବା ଦେଖାଯାଇଛି।
View this post on Instagram
ଭିଡିଓରେ ଦୀପିକା ଫେସ କ୍ରିମ୍ ତ୍ବଚା ପାଇଁ କେତେ ଲାଭଦାୟକ ତାହା କହିଛନ୍ତି। ଏହା ସହ ଏହାକୁ ଲଗାଇବାର ଉପାୟ କହିବା ସହ ଏହା କେଉଁଥିରୁ ତିଆରି ସେ ବିଷୟରେ ଜଣାଉଛନ୍ତି। ତେବେ ବଡ଼ କଥା ହେଲା ଯେଉଁ ଫେସ କ୍ରିମର ବିଜ୍ଞାପନ ଦୀପିକା କରୁଛନ୍ତି, ଏହାର ଦାମ୍ ହେଉଛି ୨୭୦୦ଟଙ୍କା। ଦାମ୍ ଜାଣିବା ପରେ ଏବେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।
ଫେସ କ୍ରିମର ଦାମ ୨୭୦୦ ଟଙ୍କା ଜାଣି ଜଣେ ବ୍ୟବହାରକାରୀ କହିଛନ୍ତି ଏହି ଟଙ୍କାରେ ଘରର ରାସନ ଆସିଯିବ। ଏହା ସହ ଅନ୍ୟ ଜଣେ କହିଛନ୍ତି ଦୀପିକା ମଥାରେ ମେକଅପ ଲଗାଇଥିବାରୁ ସେ କେବଳ ଗାଲରେ ହିଁ କ୍ରିମ ଲଗାଇଛନ୍ତି।