ମୁମ୍ବାଇ: ବଲିଉଡ୍ର ଡ୍ରଗ୍ସ କାରବାର ସହ ସଂଯୋଗକୁ ନେଇ ଗୋଟାଏ ପରେ ଗୋଟାଏ କଥାର ଖୁଲାସା ହେବାରେ ଲାଗିଛି। ନିକଟରେ ଏକ ରିପୋର୍ଟ ହସ୍ତଗତ ହୋଇଛି ଯେ ଯେଉଁ ହ୍ବାଟ୍ସଆପ୍ ଗ୍ରୁପ୍ରେ ଡ୍ରଗ୍ସ ନେଇ ଚାଟ୍ ହେଉଥିଲା ସେହି ଗ୍ରୁପ୍ର ଆଡ୍ମିନ୍ ଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏ ନେଇ ସୂଚନା ପ୍ରଦାନ କରିଛି।
ଦୀପିକାଙ୍କ ମ୍ୟାନେଜର୍ କରିସ୍ମା ପ୍ରକାଶ ଏବଂ ଜୟା ସାହା ମଧ୍ୟ ଏହି ଗ୍ରୁପ୍ର ଜଣେ ଜଣେ ସଦସ୍ୟ ଥିଲେ ବୋଲି ଜାଣିବାକୁ ମିଳିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆଜି କରିସ୍ମା ଏନ୍ସିବି ଜେରାର ସାମ୍ନା କରିଛନ୍ତି। ଏନ୍ସିବି ଦୀପିକାଙ୍କୁ କାଲି ଜେରା କରିବ ବୋଲି ସୂଚନା ରହିଛି।
ପୂର୍ବରୁ ରହୁଲପ୍ରୀତ ସିଂ ରିୟା ଚକ୍ରବର୍ତ୍ତୀଙ୍କ ସହ ଡ୍ରଗ୍ସ କାରବାର ନେଇ କଥା ହୋଇଥିଲେ ବୋଲି ଏନ୍ସିବି ସମ୍ମୁଖରେ ସ୍ବୀକାର କରିଛନ୍ତି। ସେ ଏନ୍ସିବିକୁ କହିଥିଲେ କି ଡ୍ରଗ୍ସ ତାଙ୍କ ପାଖରେ ରଖିଥିଲେ ମାତ୍ର ତାହାକୁ ସେବନ କରି ନଥିଲେ। ସେହି ଡ୍ରଗ୍ସ ରିୟା ପାଇଁ ଥିଲା ବୋଲି ସେ କହିଥିଲେ।
/sambad/media/post_attachments/wp-content/uploads/2020/09/deep_1200x768-300x169.jpeg)
ଆଜି ସକାଳେ ପଚରାଉଚରା ପାଇଁ ଏନସିବି ରାକୁଲପ୍ରୀତଙ୍କୁ ଡକାଇଥିଲା। ରାକୁଲଙ୍କ ସାଥିରେ ଏନ୍ସିବି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୀପିକାଙ୍କ ମ୍ୟାନେଜର କରିସ୍ମା ମଧ୍ୟ ଯାଇଥିଲେ।
ଉଲ୍ଲେଖଯୋଗ୍ୟ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ ଯାଞ୍ଚରେ ପଚରାଉଚରା ପାଇଁ ଏନସିବି ଦୀପିକା ପାଦୁକୋନ, ସାରା ଅଲି ଖାନ, ଶ୍ରଦ୍ଧା କପୁର ଏବଂ ରାକୁଲ ପ୍ରୀତ ସିଂଙ୍କ ଭଳି ଅଭିନେତ୍ରୀଙ୍କୁ ସମନ ଜାରି କରିଛି।