ଅନେକ ସମୟରେ ପ୍ରଯୋଜକ ଆଦିତ୍ୟ ଚୋପ୍ରା ଓ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ମିଳିତ ଚିନ୍ତାଧାରାର ଚଳଚ୍ଚିତ୍ର ଦର୍ଶକଙ୍କ ମନରେ ଯାଦୁ ଖେଳାଇଛି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ବିଗ୍ ବଜେଟ୍‌ର ଚଳଚ୍ଚିତ୍ର ‘ପଠାନ୍’। ଗୋଟେ ପାଗଳପଣ ପ୍ରେମକୁ କଳାତ୍ମକ ଓ ନାଟକୀୟ ଢଙ୍ଗରେ ଉପସ୍ଥାପିତ କରିବାର ପ୍ରୟାସ କରିଛନ୍ତି ସିଦ୍ଧାର୍ଥ। ‘ପଠାନ୍’ ଫିଲ୍ମଟିକୁ ନେଇ କେବଳ ଭାରତୀୟ ଦର୍ଶକ ନୁହେଁ, ବିଶ୍ବ ଦର୍ଶକଙ୍କ ଦୃଷ୍ଟିଆକର୍ଷଣ କରିବାକୁ ଯୋଜନା ରଖିଛନ୍ତି ଆଦିତ୍ୟ ଓ ସିଦ୍ଧାର୍ଥ। ଚଳଚ୍ଚିତ୍ର ‘ପଠାନ୍’ରେ ଶାହାରୁଖ୍‌ଙ୍କ ସହ ଯୋଡ଼ି ସାଜିଛନ୍ତି ଦୀପିକା ପାଦୁକୋନ୍। କେବଳ ଶାହାରୁଖ୍‌ଙ୍କ ଇମେଜ୍‌, ୟଶରାଜ୍‌ ଫିଲ୍ମ ବ୍ୟାନର୍‌ରେ କାମ କରିଥିବାରୁ ଦୀପିକା ଅଧିକ ଉତ୍ସାହିତ ଅଛନ୍ତିି, ତାହା ନୁହେଁ। ଯଦିଓ ଦୀପିକାଙ୍କ ଚରିତ୍ର ସମ୍ପର୍କରେ ସ୍ପଷ୍ଟ ଚିତ୍ର ଜଣାପଡ଼ିନାହିଁ, କିନ୍ତୁ କୁହାଯାଉଛି ଏଥିରେ ଦୀପିକା ସବୁଠୁ ଯୋଗ୍ୟତମ ଓ ଉତ୍ତେଜକ ଲାଗିବେ।

Advertisment

publive-image

ଏବେ ବଲିଉଡ୍‌ର ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ଦୀପିକା ପୁଣି ଥରେ ଶାହାରୁଖ୍‌ଙ୍କ ବାହୁ ବନ୍ଧନକୁ ଆସିଛନ୍ତି। ଆକ୍ସନ୍‌, ଇମୋସନ୍, ଡ୍ୟାନ୍ସ, ଡାଇଲଗ୍; ଶାହାରୁଖ୍ ଓ ଦୀପିକାଙ୍କ ଭିତରେ ଏମିତି ସବୁପ୍ରକାର ଲୀଳା ଦେଖିବାକୁ ମିଳିବ। ଅବଶ୍ୟ ଏ ଦୁହିଁଙ୍କ ମଝିରେ ଅଛନ୍ତି ଜନ୍ ଆବ୍ରାହମ୍। ‘ଓମ୍ ଶାନ୍ତି ଓମ୍’ରେ ଏକ ଗୌଣ ଭୂମିକାରେ ଆସି ଦୀପିକା ସେତେଟା ଦୃଷ୍ଟି ଆକର୍ଷଣ କରି ନ ଥିଲେ, କିନ୍ତୁ ‘ଚେନ୍ନାଇ ଏକ୍ସପ୍ରେସ୍’ ଓ ‘ହାପି ନ୍ୟୁ ଇୟର୍’ରେ ଶାହାରୁଖ୍‌ଙ୍କ ବିପକ୍ଷର ନାୟିକା ସାଜି ଦୀପିକା ବେଶ୍ ଚର୍ଚ୍ଚିତ ହୋଇଛନ୍ତି। ଦେଖାଯାଉ ‘ପଠାନ୍’ ମାଧ୍ୟମରେ ଖାନ୍ ଓ ପାଦୁକୋନ୍ ପୁଣି ଦର୍ଶକଙ୍କୁ ସେତିକି ମାତ୍ରାରେ ମନୋରଂଜନ ଦେଇପାରୁଛନ୍ତି କି ନାହିଁ!