ମୁମ୍ବାଇ: ଗତ କିଛି ଦିନ ଧରି ନିଜ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ସାଉଥ୍ ସୁପରଷ୍ଟାର ପ୍ରଭାସ। ଅଭିନେତ୍ରୀ କ୍ରିତି ସାନନଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା, ଯାହାକୁ ପରେ ଖଣ୍ଡନ କରିଥିଲେ କ୍ରିତି। ଏବେ ପୁଣି ଥରେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି ପ୍ରଭାସ। ବିଶେଷ କରି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପାରିଶ୍ରମିକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଫିଲ୍ମ ‘ପ୍ରୋଜେକ୍ଟ କେ’ ରିଲିଜ୍ ପୂର୍ବରୁ ଦୀପିକା କେତେ ପାରିଶ୍ରମିକ ନେଇଛନ୍ତି ତାକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି।

Advertisment

ଜାତୀୟ ଗଣମାଧ୍ୟମ ନିଉଜ ୧୮ ଅନୁଯାୟୀ, ଦୀପିକା ପାଦୁକୋନ ଫିଲ୍ମ ‘ପ୍ରୋଜେକ୍ଟ କେ’ ପାଇଁ ୧୦କୋଟିରୁ ଅଧିକ ଟଙ୍କା ନେଇଛନ୍ତି। ତେବେ ଏହି ଖବରରେ ‌କେ‌ତେ ସତ୍ୟତା ରହିଛି ତାହା ସାମ୍ନାକୁ ଆସିନାହିଁ।

ଏହା ପୂର୍ବରୁ ଖବର ମିଳିଥିଲା ଯେ, ପ୍ରଭାସଙ୍କ ‘ପ୍ରୋଜେକ୍ଟ କେ’ର ନିଜାମ ରାଇଟ୍ସ(ତେଲେଙ୍ଗାନା) ୭୦କୋଟିରେ ବିକ୍ରି ହୋଇଥିଲା, ଯାହାକୁ କିଣିଥିଲେ ପ୍ରଜୋଜକ ସୁନୀଲ ନାରଙ୍ଗ। ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏସିଆନ ସୁନୀଲ ନାମରେ ଜଣାଶୁଣା। ଏହା ସହ ଫିଲ୍ମର ଆନ୍ଧ୍ରପ୍ରଦେଶର ରାଇଟ୍ସ ପ୍ରାୟ ୧୦୦କୋଟିରେ ବିକ୍ରି ହୋଇଥିବା ଜଣାପଡ଼ିଥିଲା। ଏବେ ସାଉଥରେ ହିଁ ଏହି ଫିଲ୍ମ ମୋଟ ୧୭୦କୋଟି ରୋଜଗାର କରିସାରିଛି। ରିଲିଜ ପୂର୍ବରୁ ଫିଲ୍ମର ଭଲ ଲୋକପ୍ରିୟତା ଥିବାରୁ ଆଗକୁ ଏହାର ରାଇଟ୍ସରେ ହିଁ ଫିଲ୍ମଟି ମୋଟ ବଜେଟର ୫୦ପ୍ରତିଶତ ଆୟ କରିବ ବୋଲି ଚର୍ଚ୍ଚା ହେଉଛି।