ସଂପର୍କ ଭାଙ୍ଗିବା ପରେ ବି କାହିଁକି ପୂର୍ବପ୍ରେମିକ ରଣବୀରଙ୍କ ନାମର ଟାଟୁ ଲିଭାଇ ନଥିଲେ ଦୀପିକା, ଏମିତି କ’ଣ ହେଲା ଯେ ହଠାତ ଟାଟୁ ଦିଶିଲାନି!

ମୁମ୍ବାଇ: ପ୍ରେମିକ ରଣବୀର କପୁର୍‌ଙ୍କ ସହ ସଂପର୍କ ଛିନ୍ନ ହେବା ପରେ ବି ଦୀପିକା ରଣବୀରଙ୍କ ନାମରେ ନିଜ ବେକରେ କରିଥିବା ‘ଆର୍‌କେ’ ଟାଟୁକୁ ଲିଭାଇ ନଥିବା ଘଟଣା ଏବେ ପର୍ଯ୍ୟନ୍ତ ବି ଏକ ଚର୍ଚ୍ଚା ହୋଇ ରହିଯାଇଛି। ଯଦିଓ ଲେଜର୍‌ ଲାଇଟ୍‌ ଦ୍ୱାରା ଅତି ସହଜରେ ଏକ ଟାଟୁକୁ ଲିଭାଯାଇ ପାରିବ। ତେବେ କାହିଁକି ଏହାକୁ ଲିଭାଇ ନାହାନ୍ତି ଦୀପିକା ବୋଲି ଏକ ପ୍ରଶ୍ନବାଚୀ ପାଲଟିଛି।

ଦୀପିକା ଏଥର ଟାଟୁକୁ ନେଇ ନୁହେଁ ବରଂ ଟାଟୁ ନ ଦିଶିବା ନେଇ ଚର୍ଚ୍ଚା ପାଲଟିଛନ୍ତି। ଆପଣ ଭାବୁଛନ୍ତି କି ସେ ସର୍ଜିକାଲ ରିମୁଭ୍‌ କରାଇଛନ୍ତି ବୋଲି? ଆଦୌ ବି ନୁହେଁ, ଦୀପିକାଙ୍କ ଟାଟୁ ସେପରି ରହିଛି। ମାତ୍ର ତଫାତ ଏତିକି ଯେ ଗତବର୍ଷ କ୍ୟାନିସ୍‌ ଉତ୍ସବରେ ଦୀପିକା ନିଜ ଟାଟୁକୁ ନେଇ କୌଣସି ଦୃଷ୍ଟିପାତ କରିନଥିଲେ। ମାତ୍ର ଏବର୍ଷ ତାହାକୁ ସେ ମେକ୍‌-ଅପ୍‌ ଦେଇ ଲୁଚାଇ ଦେବାକୁ ଶ୍ରେୟସ୍କର ମଣିଛନ୍ତି। ତେବେ, ହଠାତ ଏମିତି କ’ଣ ହେଲା ଯେ ସେ ତାଙ୍କ ଟାଟୁକୁ ଲୁଚାଇବାକୁ ବାଧ୍ୟ ହୋଇପଡ଼ିଲେ ତାହା ନେଇ ଏବେ ଏକ ବଡ଼ ଗସିପ୍‌ ଚାଲିଛି।

ରଣବୀର କପୁରଙ୍କର କ୍ୟାଟ୍ରିନାଙ୍କ ସହ ସଂପର୍କ ଗଢ଼ି ଉଠିବା ପରେ ଦୀପିକା ତାଙ୍କ ସହ ସଂପର୍କ ଛିନ୍ନ କରିଥିଲେ। ଏହା ଗଣମାଧ୍ୟମରେ ସ୍ପଷ୍ଟ ମଧ୍ୟ କରିଥିଲେ। ମାତ୍ର ବ୍ରେକ୍‌-ଅପ୍‌ର ଏତେ ବର୍ଷ ପରେ ବି ସେ କାହିଁକି ରଣବୀରଙ୍କ ନାଁର ଟାଟୁ ଲିଭାଇ ନାହାନ୍ତି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି।

ତେବେ ଏ ନେଇ କେହି କେହି ମତ ରଖନ୍ତି ଯେ ବୋଧହୁଏ ସେ ଆର୍‌କେ(ରଣବୀର କପୁର) ଟାଟୁକୁ ଆର୍‌ଏସ୍‌(ରଣବୀର ସିଂ)ରେ ପରିଣତ କରିବାକୁ ଚାହଁନ୍ତି। ହେଲେ, କାଲି କିଏ ଦେଖିଛି? କିଏ କହିବ, ତାଙ୍କୁ ଆର୍‌ଏସ ଟାଟ୍ୟୁ ବି ଲିଭେଇବାକୁ ପଡ଼ିନପାରେ! ସେଇଥିପାଇଁ ବେଧ୍‌ହୁଏ ଟିକେ ସତର୍କ ହୋଇପଡ଼ିଛନ୍ତି ଦୀପିକା। ନିଶ୍ଚିତ ନହେବା ପୂର୍ବରୁ ନିଷ୍ପତ୍ତି ନ ନେବାକୁ ସେ ଉଚିତ ମଣିଛନ୍ତି। ରଣବୀର ସିଂହଙ୍କ ସହ ଦୀପିକାଙ୍କର ପ୍ରେମ ସଂପର୍କ ରହିଛି ବୋଲି ଚର୍ଚ୍ଚା ଉଠିଛି। ଯଦିଓ ସେ ଦୁହେଁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି।

ସମ୍ବନ୍ଧିତ ଖବର