ଏବେ ମଧ୍ୟ ଦୀପିକାଙ୍କ ମନରେ ଅଛନ୍ତି ରଣବୀର କପୁର ! ଏମିତି ମିଳିଲା ପ୍ରମାଣ

ମୁମ୍ବାଇ : ଚଳିତ ବର୍ଷ ବଲିଉଡ୍‌ର ବାଜିରାଓ ମସ୍ତାନି ବିବାହ କରିବାକୁ ଯାଉଥିବା ବେଳେ ଦୀପିକାଙ୍କ ଆର୍‌କେ ଟାଟୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ଦୀପିକାଙ୍କ ବେକରେ ଥିବା ଏହି ଟାଟୁକୁ ନେଇ ଅନେକ ଆଲୋଚନା ହୋଇ ସାରିଥିବା ବେଳେ ଏବେ ପୁଣି ତେଜିଛି ଏହି ଚର୍ଚ୍ଚା । କିଛି ଦିନ ତଳେ ଦୀପିକା ନିଜ ବେକରେ ଥିବା ଏହି ଟାଟୁକୁ ହଟାଇ ଦେଇଛନ୍ତି ବୋଲି ଖବର ଆସିଥିବା ବେଳେ ଏ ପର୍ଯ୍ୟନ୍ତ ସେ ଏହାକୁ ହଟାଇ ନଥିବା ଜଣାପଡ଼ିଛି ।

jansatta.com

ଭାଇରାଲ ହୋଇଥିବା ଏକ ଫଟୋରୁ ଏହା ସଂପୂର୍ଣ୍ଣ ସତ ବୋଲି ସାମ୍ନାକୁ ଆସିଛି । ଦୀପିକା ଏ ପର୍ଯ୍ୟନ୍ତ ମଧ୍ୟ ରଣବୀର କପୁରଙ୍କ ନାଁରେ ଥିବା ଟାଟୁକୁ ହଟାଇ ନ ଥିବା ଦେଖା ଯାଇଛି । ଗତ ଗୁରୁବାର ଦୀପିକାଙ୍କୁ ବିମାନ ବନ୍ଦରରେ ଦେଖାଯାଇଥିଲା । ଯେଉଁଠି ତାଙ୍କ ଟାଟୁ ପୂର୍ବ ପରି ଥିବା ଦେଖିବାକୁ ମିଳିଥିଲା । ଟାଟୁକୁ ହଟା ଯାଇ ନ ଥିବା ସହ ସେଥିରେ କୌଣସି ପରିବର୍ତ୍ତନ ଆସି ନଥିବା ଦେଖା ଯାଇଥିଲା । ତେବେ ରଣବୀର କପୁରଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଦୀପିକା ତାଙ୍କ ସହ ବନ୍ଧୁତାର ସଂପର୍କ ରଖିବା ଆରମ୍ଭ କରିଥିଲେ । କିନ୍ତୁ ତାଙ୍କ ନାମର ଟାଟୁକୁ ସେ ଏ ପର୍ଯ୍ୟନ୍ତ ହଟାଇ ନଥିବାରୁ ତାଙ୍କ ମନରେ ଏବେ ବି ରଣବୀରଙ୍କ ପ୍ରତି କିଛି ରହିଛି ବୋଲି ଲୋକମାନେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର