ଦୀପ-ବୀରଙ୍କ ବିବାହ ଉତ୍ସବରେ ପହଞ୍ଚିଥିବା ଏହି ବଲିଉଡ୍‌ କଣ୍ଠଶିଳ୍ପୀଙ୍କୁ ନିଜ ଇନ୍‌ଷ୍ଟା ଆକଉଣ୍ଟରୁ ହଟାଇବାକୁ ପଡ଼ିଲା ପୋଷ୍ଟ, ଜାଣନ୍ତୁ ସେଥିରେ ଥିଲା କ’ଣ ?

ମୁମ୍ବାଇ: ନଭେମ୍ବର ୧୪ରେ ଆନୁଷ୍ଠାନିକ ଭାବରେ କୋଙ୍କଣୀ ରୀତିରେ ଦୀପ୍‌-ବୀରଙ୍କ ବିବାହ ବିବାହ ସମ୍ପର୍ଣ୍ଣ ହୋଇଥିବା ବେଳେ ନଭେମ୍ବର ୧୫ରେ ସିନ୍ଧି ରୀତିରେ ବିବାହ କରିବେ ବୋଲି ଜଣାପଡ଼ିଛି । ଦୁହିଁଙ୍କ ବିବାହକୁ ଅତ୍ୟନ୍ତ ବ୍ୟକ୍ତିଗତ ବ୍ୟାପାର କରି ରଖିବା ପାଇଁ ଅନେକ ଉଦ୍ୟମ କରାଯାଉଥିବା ବେଳେ ବିବାହରେ ଯୋଗ ଦେଇଥିବା ଅତିଥିଙ୍କ ଫୋନରେ ଷ୍ଟିକର ଲଗାଯାଇ ଭିତରକୁ ଛଡ଼ା ଯାଉଥିବା ଦେଖାଯାଇଥିଲା । ତେବେ ଏତେ ସବୁ କଡ଼ା ବନ୍ଦୋବସ୍ତ ମଧ୍ୟରେ ବିବାହ ଉତ୍ସବରେ ଯୋଗ ଦେଇଥିବା ବଲିଉଡ୍‌ କଣ୍ଠଶିଳ୍ପୀ ହର୍ଷଦୀପ୍‌ କୌର ନିଜର ଏକ ଫଟୋ ଇନ୍‌ଷ୍ଟା ପୋଷ୍ଟ କରି ଦେଇଥିଲେ । ଯାହାକୁ ସେ ପରେ ହଟାଇଥିବା ଜଣା ପଡ଼ିଛି ।

jansatta.com

ସୂଚନା ମୁତାବକ, ଧଳା ରଙ୍ଗର ଲେହେଙ୍ଗା ପିନ୍ଧିବା ସହ ମୁଣ୍ଡରେ ପଗଡ଼ି ବାନ୍ଧି ଥିବାର ଏକ ଫଟୋ ହର୍ଷଦୀପ ନିଜ ଇନ୍‌ଷ୍ଟାରେ ପୋଷ୍ଟ କରିଥିଲେ । ଏହାର କିଛି ସମୟରେ ପରେ ଏ ବିଷୟରେ ଜାଣି ପାରି ରଣବୀର ଏବଂ ଦୀପିକା ଆସି ହର୍ଷଦୀପଙ୍କୁ ଫଟୋ ହଟାଇବା ପାଇଁ ଅନୁରୋଧ କରିଥିଲେ । ହର୍ଷଦୀପ୍‌ ସଙ୍ଗେ ସଙ୍ଗେ ଫଟୋ ହଟାଇ ଦେଇଥିଲେ । କିନ୍ତୁ ସେତେବେଳକୁ ଫଟୋଟି ଭାଇରାଲ ହୋଇ ସାରିଥିଲା ।

ସମ୍ବନ୍ଧିତ ଖବର