ମୁମ୍ବାଇ : ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ବଲିଉଡ୍ ମସ୍ତାନୀ ଦୀପିକା ପାଦୁକୋନଙ୍କର କିଛି ବର୍ଷ ପୂର୍ବେ ବ୍ରେକ୍ଅପ୍ ହୋଇ ଯାଇଥିଲା । ବ୍ରେକ୍ଅପ୍ ପରେ ଦୁହେଁ ନିଜ ନିଜର ବାଟ ଅଲଗା କରିବା ସହ ଅନ୍ୟ ସାଥୀ ମଧ୍ୟ ବାଛି ନେଇଥିଲେ । ଦୀପିକା ବଲିଉଡ୍ର ବାଜିରାଓ ରଣବୀର ସିଂଙ୍କ ପ୍ରେମରେ ପଡ଼ିବା ସହ ରଣବୀର ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ ଭଲ ପାଇ ବସିଥିଲେ । କିନ୍ତୁ ପରେ କ୍ୟାଟ୍ରିନାଙ୍କ ସହ ମଧ୍ୟ ରଣବୀରଙ୍କର ବ୍ରେକ୍ଅପ୍ ହୋଇଥିଲା । ଏବେ ତାଙ୍କ ଆଲିଆଙ୍କ ସହ ଯୋଡ଼ା ଯାଉଥିବା ଦେଖିବାକୁ ମିଳୁଛି । ତେବେ ଏତେ ସବୁ ଭିତରେ ରଣବୀର ଏବଂ ଦୀପିକା କେବେ ହେଲେ ସର୍ବ ସମ୍ମୁଖରେ ନିଜ ବ୍ରେକ୍ଅପ୍ର କାରଣ କହି ନ ଥିବା ବେଳେ ଏବେ ଦୀପିକା ଏହା ପଛର କାରଣ କହିଛନ୍ତି ।

ରଣବୀରଙ୍କ ନାଁ ନ ନେଇ ସେ ଏକ ସାକ୍ଷାତକାରରେ ତାଙ୍କ ପ୍ରେମକାହାଣୀ ସମସ୍ତଙ୍କୁ ଜଣାଇଥିଲେ । ଦୀପିକା କହିଛନ୍ତି, “ଥରେ ମୁଁ ତାଙ୍କୁ ଅନ୍ୟ ମହିଳାଙ୍କ ସହ ଧରିଥିଲି, ଯାହା ପରେ ତାଙ୍କ ପ୍ରତି ଥିବା ମୋର ସବୁ ଭଲ ପାଇବା ମରି ଯାଇଥିଲା । ଏହା ପରେ ସବୁ ଭୁଲି ମୁଁ ଆଗକୁ ବଢ଼ିବାକୁ ଭାବିଥିଲି । ମୋ ପାଇଁ ଜଣେ ଲୋକ ସହ ଶାରୀରିକ ସଂପର୍କ ରଖିବା ପ୍ରେମ ସଂପର୍କ ନୁହେଁ । ବରଂ ଜଣଙ୍କ ମନକୁ ବୁଝିବା ମୋ ପାଇଁ ପ୍ରେମ । କିନ୍ତୁ ମୁଁ ଯାହା ଭାବୁଛି ଜରୁରୀ ନୁହେଁ କି ସମସ୍ତେ ତାହା ଭାବିବେ । ମୁଁ ତାଙ୍କ ସହ ସଂପର୍କରେ ଥିବା ବେଳେ ସେ ମୋତେ ଧୋକା ଦେଉଛନ୍ତି ବୋଲି ସମସ୍ତେ ମୋତେ କହିଥିଲେ । ଧିରେ ଧିରେ ମୁଁ ମଧ୍ୟ ଜାଣିଲି । କିନ୍ତୁ ସେ ମୋତେ ସଂପର୍କ ରଖିବା ପାଇଁ ଭିକ ମାଗିବାରୁ ମୁଁ ତାଙ୍କ ସହ ରହିଥିଲି । ତା’ ପରେ ମଧ୍ୟ ସେ ମୋତେ ଧୋକା ଦେଇ ଚାଲିଥିଲେ । ଦିନେ ମୁଁ ତାଙ୍କୁ ନିଜ ଆଖିରେ ଆଉ ଜଣଙ୍କ ସହ ଦେଖିବା ପରେ ମୁଁ ଦୂରେଇ ଯିବାକୁ ଭାବିଥିଲି । ବ୍ରେକ୍ଅପ୍ ହେବା ପରେ ମୁଁ ବହୁତ କାନ୍ଦିଥିଲି । କିନ୍ତୁ ପରେ ମୁଁ ମୋ ନିଜକୁ ଭଲ ମଣିଷ କରିବାକୁ ଚେଷ୍ଟା କଲି ଏବଂ ଆଜି ମୁଁ ସଫଳ ହୋଇଛି ବୋଲି ଭାବୁଛି।’