ସେଟରେ କାନ୍ଦିଥିଲେ ଦୀପିକା ପାଦୁକୋନ୍‌, ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡର ହଟ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ ନିଜର ଆଗାମୀ ସିନେମା ‘ପଦ୍ମାବତୀ’ଲାଗି ବେଶ ଚର୍ଚ୍ଚାରେ ଅଛନ୍ତି। ସେ ତୃତୀୟ ଥରପାଇଁ ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ଏଥିରେ କାମ କରିଛନ୍ତି। ଏ ଦୃଷ୍ଟିରୁ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ତାଙ୍କର ସଂପର୍କ ଖାସ୍‌ ବୋଲି ସମସ୍ତଙ୍କୁ ଜଣା ହେଲେ ଆପଣ ଜାଣନ୍ତି କି ଥରେ ଏମିତି କିଛି ଘଟିଥିଲା ଯେ ଯେଉଁଥିଲାଗି ଦୀପିକା ପାଦୁକୋନ୍‌ କାନ୍ଦିଥିଲେ। ହଁ ,ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ପ୍ରଥମ ଥର କାମ କରୁଥିବା ବେଳେ ଏଭଳି ଅବସ୍ଥା ଘଟିଥିଲା।

photo_amarujala

ଦୀପିକା‘ଗୋଲିଓଁକା ରାସଲୀଲା- ରାମଲୀଲା’ରେ ସେତେବେଳେ କାମ କରୁଥିଲେ। ଏହି ସିନେମାରେ କୌଣସି ସଟ୍‌ ଠିକ୍‌ ନ ହେଲେ ସଞ୍ଜୟ ଲୀଲା ଭଂସାଲୀ ଭିଷଣ ବିରକ୍ତ ହେଉଥିଲେ। ଥରେ ଗୋଟିଏ ସଟ୍‌ ଦେବାପରେ ଦୀପିକାଙ୍କୁ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଏମିତି ଗାଳି ଦେଲେ ଯେ ସେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଏହା ଦେଖି ସଞ୍ଜୟ ଦୀପିକାଙ୍କୁ ଭଲଭାବରେ ବୁଝାଇଥିଲେ ଯେ ସଟ୍‌ କିପରି ହେବା କଥା। ତାପରଠୁ ଦୀପିକାଙ୍କୁ ଆଉ କେବେ ବି ସଞ୍ଜୟ ଲୀଲା ଭଂସାଲୀଙ୍କ ସହ କାମ କରିବା ବେଳେ ସେଭଳି ଘଟଣାର ସମ୍ମୁଖୀନ ହେବାକୁ ପଡ଼ି ନାହିଁ। ଏ ସଂପର୍କରେ ଦୀପିକା କହନ୍ତି ଯେ ସଞ୍ଜୟ ଲୀଲା ଭଂସାଲୀ ଯେବେ ବିରକ୍ତ ହୁଅନ୍ତି ତାର ଅର୍ଥ ସଟ୍‌ରେ କିଛି ତ୍ରୁଟି ରହିଗଲା। ଏଣୁ କିପରି ଭୁଲ ନ ହେବ ସେଥିପ୍ରତି ଅଧିକ ଧ୍ୟାନ ଦିଅନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସଞ୍ଜୟ ଲୀଲା ଭଂସାଲୀ ତାଙ୍କ ପାଇଁ କେବଳ ଜଣେ ନିର୍ଦ୍ଦେଶକ ନୁହନ୍ତି ,ବରଂ ସେ ତାଙ୍କର ଗୁରୁ ଏବଂ ବନ୍ଧୁ ବି।

ସମ୍ବନ୍ଧିତ ଖବର