ଏ ବର୍ଷ ଏହି କାମ କରିପାରନ୍ତି ଦୀପିକା ପାଦୁକୋନ

ମୁମ୍ବାଇ: ଆଜି ହେଉଛି ବଲିଉଡର ହଟ୍‌ ହିରୋଇନ୍‌ ଦୀପିକା ପାଦୁକୋନଙ୍କ ଜନ୍ମଦିନ। ସେ ୧୯୮୧ ମସିହା ଜାନୁଆରି ୫ ତାରିଖରେ ଜନ୍ମ ହୋଇଥିଲେ। ଏବର୍ଷ ସେ ଦୁଇଟି ନୂଆ ସିନେମାରେ କାମ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପ୍ରଥମଟି ହେଲା ପ୍ରଖ୍ୟାତ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ଆଗାମୀ ସିନେମା। ଏଥିରେ ତାଙ୍କୁ ଇରଫାନ୍‌ ଖାନଙ୍କ ବିପକ୍ଷରେ ଦେଖିବାକୁ ମିଳିବ।

photo-_intoday.in

୨୦୧୫ରେ ମୁକ୍ତିଲାଭ କରିଥିବା ସୁପରହିଟ୍‌ ଫିଲ୍ମ ‘ବଦଲାପୁର’ର ଫିମେଲ୍‌ ଭର୍ସନ ନିର୍ମାଣ କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ଶ୍ରୀରାମ ରାଘବନ୍‌। ଅର୍ଥାତ ‘ବଦଲାପୁର’ରେ ନାୟକ ଯେଉଁ ଭଳି ପ୍ରତିଶୋଧ ନେଉଥିଲା, ଏଥିରେ ନାୟିକା ସେହିଭଳି ନେବ। ‘ବଦଲାପୁର’ ରେ ନାୟକ ଭୂମିକା ନିଭାଇଥିଲେ ବରୁଣ ଧଓ୍ଵନ୍‌। ଏବେ ଏହାର ଫିମେଲ୍‌ ଭର୍ସନ ରେ ନାୟିକା ହେବେ ବଲିଉଡର ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଏହି ସିନେମାରେ ଦୀପିକାଙ୍କ ସହ ଅଭିନୟ କରିବେ ପ୍ରଖ୍ୟାତ ଅଭିନେତା ଅନୀଲ୍‌ କପୁର୍‌ଙ୍କ ସୁପୁତ୍ର ହର୍ଷବର୍ଦ୍ଧନ୍‌ କପୁର୍‌। ଏହି ସିନେମାରେ ହର୍ଷବର୍ଦ୍ଧନ୍‌ ‘ବଦଲାପୁର’ ରେ ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି କରିଥିବା ଚରିତ୍ରରେ ଅବତୀର୍ଣ୍ଣ ହେବେ ବୋଲି ଜଣାଯାଇଛି। ୨୦୧୮ରେ ତାଙ୍କ ଅଭିନୀତ ବିବାଦୀୟ ସିନେମା ‘ପଦ୍ମାବତୀ’ ରିଲିଜ୍‌ ହେବ। ଏବର୍ଷ ଦୀପିକା ପାଦୁକୋନ ତାଙ୍କ ବୟଫେ୍ଣ୍ଡ .ବେୋଲି କୁହାଯାଉଥିବା ରଣବୀର ସିଂହଙ୍କୁ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର